ଓଡ଼ିଶାଲାଇଭ ପଲିଟିକାଲ ବ୍ୟୁରୋ

କିଏ ହେବ ରାଜସ୍ଥାନର ଓ ଛତିଶଗଡ଼ରେ ମୁଖ୍ୟମନ୍ତ୍ରୀ ସେ ନେଇ ହାଇଭୋଲଟେଜ ଡ୍ରାମା ଜାରି ରହିଛି। ଗୁରୁବାର ବିଳମ୍ବିତ ରାତିରେ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଦାୟିତ୍ୱ କମଲନାଥଙ୍କୁ ହସ୍ତାନ୍ତର କରାଯାଇଛି।

ବିଶେଷ ସୁତ୍ରର ଖବର ଅନୁସାରେ ଶୁକ୍ରବାର ସଦ୍ଧ୍ୟା ସୁଦ୍ଧା ରାଜସ୍ଥାନ ଓ ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ନାଁ ଘୋଷଣା କରାଯାଇପାରେ। ଏବେ ପୂରା ଦେଶର ନଜରରେ ସେହି ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ନାମ ଉପରେ ଅଛି। ଗୁରୁବାର ବିଳମ୍ବିତ ରାତି ଯାଏଁ କଂଗ୍ରେସ ଶିବିରରେ ବରିଷ୍ଠ ନେତାଙ୍କ ସହିତ ଆଲୋଚନା ଜାରି ରହିଥିଲା।

ଡିସେମ୍ବର ୧୧ରେ ନିର୍ବାଚନ ଫଳାଫଳ ଆସିବା ପରେ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଆସନ ଉପରେ ସମସ୍ତଙ୍କ ନଜର ରହିଛି। ସଚିନ ପାଇଲଟ ଓ ଅଶୋକ ଗେହଲଟଙ୍କ ଭିତରୁ କିଏ ଏହି ଆସନରେ ବସିବେ ସେ ନେଇ କଳ୍ପନା ଜଳ୍ପନା ଆରମ୍ଭ ହୋଇଛି।

ମୁଖ୍ୟମନ୍ତ୍ରୀ ଆସନ ପାଇଁ ଦୁଇ ଜଣ ଦାବିଦାର ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଓ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ସଚିନ ପାଇଲଟ ରହିଛନ୍ତି।

ବୁଧବାର ବସିଥିବା ବୈଠକରେ ବିଧାୟକରେ ବିଧାୟକ ସଚିନ ପାଇଲଟଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ ପ୍ରସ୍ତାବ ଦେଇଥିବା ସୂଚନା ମଳିଛି। ଏ ପ୍ରସଙ୍ଗରେ ସଚିନ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଦଳର ହାଇକମାଣ୍ଡ ଯାହା ନିଷ୍ପତ୍ତି ନେବେ ତାକୁ ଗ୍ରହଣ କରାଯିବ। ରାଜସ୍ଥାନରେ ୧୯୯ ଆସନ ପାଇଁ ମତଦାନ ହୋଇଥିଲା। ଯେଉଁଥିରେ କଂଗ୍ରେସ ୯୯ଟି ଆସନ ଅକ୍ତିଆର କରିଛି। ବିଜେପିକୁ ୭୩ଟି ଆସନ ଅନ୍ୟାନ୍ୟକୁ ୨୭ ଟି ଆସନ ମିଳିଛି।

Comment