ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ବିଧାନସଭା ଓ ପାର୍ଲାମେଣ୍ଟରେ ମହିଳାଙ୍କୁ ୩୩ପ୍ରତିଶତ ସ୍ଥାନ ସଂରକ୍ଷଣ ନେଇ ବିଜେଡିର ଦାବି ଜୋର ହୋଇଛି। ଶନିବାର ଏ ବାବଦରେ ବିଜେଡିର ଏକ ପ୍ରତିନିଧି ଦଳ ମୁମ୍ବାଇରେ ଏନସିପି ମୁଖ୍ୟ ଶରଦ ପାୱାରଙ୍କୁ ସାକ୍ଷାତ କରିଛନ୍ତି, ସାକ୍ଷାତ କରି ମହିଳା ସଂରକ୍ଷଣ ପ୍ରସଙ୍ଗରେ ଏନସିପିର ସମର୍ଥନ ଲୋଡ଼ିଛନ୍ତି।

ଏହି ପ୍ରତିନିଧି ଦଳରେ ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର, ବିଜେଡି ନେତା ତଥା ମୁମ୍ବାଇରେ ପୋଲିସ କମିଶନର ଭାବେ ଦାୟିତ୍ୱ ତୁଲାଇଥିବା ଅରୂପ ପଟ୍ଟନାୟକଙ୍କ ସମେତ ଅନ୍ୟମାନେ ସାମିଲ ଥିଲେ।

ଶରଦ ପାୱାର ପ୍ରତିନିଧି ଟିମ୍ ସହ କଥା ହୋଇଛନ୍ତି। ଏହା ସହିତ ନବୀନ ପଟ୍ଟନାୟକଙ୍କ ପଦକ୍ଷେପକୁ ପ୍ରଂଶସା କରିଛନ୍ତି। ୩୩ପ୍ରତିଶତ ସଂରକ୍ଷଣ ନେଇ ରାଜ୍ୟ ବିଧାନସଭାରେ ନିକଟରେ ଏକ ସଂକଳ୍ପ ପାରିତ ହୋଇଛି। ପାର୍ଲାମେଣ୍ଟ ଓ ବିଧାନସଭାରେ ମହିଳାଙ୍କୁ ୩୩ପ୍ରତିଶତ ସଂରକ୍ଷଣ ଦେବା ଦାବିରେ ବିଜେଡିର ୨୧ଟି ପ୍ରତିନିଧି ଦଳ ରାଜ୍ୟ ବାହାରକୁ ଯାଇଛନ୍ତି। କିଛି ଦଳ ବିଜେଡ଼ିକୁ ସମର୍ଥନ ଜଣାଇଛନ୍ତି।

Comment