ଓଡ଼ିଶାଲାଇଭ ବ୍ୟୁରୋ

ପୁରୀ କୃଷ୍ଣପ୍ରସାଦ ବ୍ଲକର ବିଭିନ୍ନ ଗାଁରେ ଶୁକ୍ରବାରଠୁ କୁକାଡ଼ାମରା ଅଭିଯାନ ଜାରି ରହିଥିବା ବେଳେ ଶନିବାର ସକାଳେ ଭୁବନେଶ୍ୱରରେ ମଲା କାଉକୁ ଠାବ କରାଯାଇଛି। ଯାହାପରେ ରାଜଧାନୀବାସୀ ବାର୍ଡ ଫ୍ଲୁର ଆଶଙ୍କା କରୁଛନ୍ତି।

ସହିଦନଗର ଅଞ୍ଚଳରେ ଜଣଙ୍କ ଘର ଛାତ ଉପରୁ ମଲାକାଉ ଠାବ କରାଯାଇଛି। ଖବରପାଇବା ପରେ ମୃତ କାଉକୁ ଜବତ କରିଛି ପ୍ରାଣୀ ସଂପଦ ବିଭାଗ। କାଉର ମୃତଦେହକୁ ପରୀକ୍ଷା ପାଇଁ ପଠାଯିବ ବୋଲି କହିଛନ୍ତି ବିଭାଗୀୟ ଅଧିକାରୀ। ପରୀକ୍ଷା ରିପୋର୍ଟ ଆସିବା ପରେ ଫ୍ଲୁ କି ନୁହଁ ସ୍ପଷ୍ଟ ହେବ। ଅନ୍ୟପଟେ ପୁରୀ ପରେ ଚିଲିକାରେ ବାର୍ଡ ଫ୍ଲୁ ନେଇ ଲେକେ ଆତଙ୍କିତ ଅଛନ୍ତି।

Comment