ଓଡ଼ିଶାଲାଇଭ୍ ବ୍ୟୁରୋ

ଗୃହମନ୍ତ୍ରୀ ରାଜନାଥ ସିଂଙ୍କ ସହିତ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ତିତ୍‌ଲି କ୍ଷୟକ୍ଷତିର ସହାୟତା ନେଇ ରାଜନାଥଙ୍କ ସହିତ କଥା ହୋଇଛନ୍ତି ନବୀନ ପଟ୍ଟନାୟକ। ଓଡ଼ିଶାକୁ ଖୁବ୍ ଶ୍ରୀଘ୍ର ତିତ୍‌ଲି ସହାୟତା ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୃତି ଦେଇଛନ୍ତି ନବୀନ ପଟ୍ଟନାୟକ। ତିତ୍‌ଲିରେ ରାଜ୍ୟରେ ପାଖାପାଖି ୫୦ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି। ପୂର୍ବରୁ ମଧ୍ୟ ତୁରନ୍ତ ଓଡ଼ିଶାକୁ ସହାୟତା ଯୋଗାଇଦେବା ଲାଗି କେନ୍ଦ୍ରକୁ ଚିଠି ଲେଖିଥିଲେ ନବୀନ ପଟ୍ଟନାୟକ। ମାତ୍ର ଏଯାଏଁ କେନ୍ଦ୍ର ସେମିତି କିଛି ପଦକ୍ଷେପ ନେଇ ନଥିବାରୁ ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜନାଥ ସିଂଙ୍କ ସହ ଆଉ ଥରେ ଆଲୋଚନା କରିଛନ୍ତି।

୨ହଜାର ୨୩କୋଟିର ସହାୟତା ଯୋଗାଇଦେବାକୁ କେନ୍ଦ୍ରକୁ ଦାବିପତ୍ରରେ ଜଣାଇଥିଲେ ରାଜ୍ୟ ସରକାର। ତିତ୍‌ଲିରେ ଯେତିକି କ୍ଷୟକ୍ଷତି ହୋଇଛି ତାହାକୁ ପୁନରୁଦ୍ଧାର କରିବା ଲାଗି ୨୭ଶହ ୭୯କୋଟି ଟଙ୍କା ଆବଶ୍ୟକ ଥିବା ରାଜ୍ୟ ସରକାର କହିଛନ୍ତି। ପଡ଼ୋଶୀ ଆନ୍ଧ୍ରକୁ ସହାୟତା ଦିଆଯାଇଥିବା ବେଳେ ଓଡ଼ିଶାକୁ ଦିଆଯାଇନଥିବାରୁ କେନ୍ଦ୍ରକୁ ଏନେଇ ଆଗରୁ ଚିଠି ଲେଖିଥିଲେ ମୁଖ୍ୟମନ୍ତ୍ରୀ।

ବାରମ୍ବାର ଦାବି ଜଣାଯାଇଥିଲେ ସୁଦ୍ଧା ଏ ଯାଏଁ ତିତ୍‌ଲି ସହୟତା ଓଡ଼ିଶାକୁ ଦିଆଯାଇନାହିଁ। ତେବେ ଶନିବାର ନବୀନ ପଟ୍ଟନାୟକ କଥା ହେବା ପରେ ରାଜନାଥ ସିଂ ପାଖରୁ ପ୍ରତିଶ୍ରୃତି ମିଳିଛି। ତେବେ ଏ ପ୍ରତଶ୍ରୃତି କେତେ ଶୀଘ୍ର ପାଳନ କରାଯାଉଛି ତାହା ଦେଖିବାକୁ ବାକି ରହିଲା।

Comment