ଓଡ଼ିଶାଲାଇଭ୍ ବ୍ୟୁରୋ

ଫୋକସ୍‌ରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ସିଂହାସନ, ଶନିବାର ସନ୍ଧ୍ୟାରେ ହେବ ଘୋଷଣା।

ତିନି ରାଜ୍ୟ ମଧ୍ୟପ୍ରଦେଶ, ଛିତଶଗଡ଼, ରାଜସ୍ଥାନର ବିଧାନସଭା ନିର୍ବାଚନରେ କଂଗ୍ରେସ ବହୁମତ ହାସଲ କରିବା ପରେ ଏବେ ମୁଖ୍ୟମନ୍ତ୍ରୀ ଚୟନକୁ ନେଇ ଚର୍ଚ୍ଚା ଜୋର ଧରିଛି।

ମଧ୍ୟପ୍ରଦେଶରେ ମୁଖ୍ୟମନ୍ତ୍ରୀ କମଲନାଥ ହୋଇଥିଲାବେଳେ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ହୋଇଛନ୍ତି।

ଏବେ ଫୋକସରେ ରହିଛି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ସିଂହାସନ। ଛତିଶଗଡ଼ରେ ଦଳ ବର୍ତ୍ତମାନ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା କରିନାହିଁ।

ତେବେ ଶନିବାର ସନ୍ଧ୍ୟା ସୁଦ୍ଧା ଛତିଶଗଡ଼ର ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା ହେବ ବୋଲି ଆଶା କରାଯାଉଛି।

ଛତିଶଗଡ଼ ମୁଖ୍ୟମନ୍ତ୍ରୀ ପଦ ପାଇଁ ୪ଜଣ ଦାବିଦାର ତଥା ଭୂବେଶ ବଘେଲ, ଟିଏସ୍ ସିଂହଦେଓ, ଚରଣ ଦାସ ମହନ୍ତ ଓ ତାମ୍ରଧ୍ଵଜ ସାହୁ ରହିଛନ୍ତି। କାହା ମୁଣ୍ଡରେ ମୁଖ୍ୟମନ୍ତ୍ରୀ ମୁକୁଟ ରହିବ ସେନେଇ ସନ୍ଧ୍ୟା ସୁଦ୍ଧା ଚିତ୍ର ସ୍ପଷ୍ଟ ହୋଇପାରେ।

ଚଳିତ ବିଧାନସଭା ନିର୍ବାଚନରେ ଛତିଶଗଡ଼ରେ କଂଗ୍ରେସକୁ ୬୮ଟି ଆସନ ମିଳିଛି। ଏଥିସହ ଦଳକୁ ୪୩ ପ୍ରତିଶତ ଭୋଟ ମିଳିଛି।

Comment