ଓଡ଼ିଶାଲାଇଭ୍‌ ବ୍ୟୁରୋ

ଢେଙ୍କାନାଳ ବେଲଟିକିରିସ୍ଥିତ ସେଲଟର ହୋମ୍‌ ଛାତ୍ରୀଙ୍କୁ ଯୌନ ନିର୍ଯାତନାକୁ ନେଇ ବିବାଦ ଥମୁନି। ସେଲଟର ହୋମର ଅର୍ଥନୀତିକ ଦିଗ ସମ୍ପର୍କରେ ତଦନ୍ତ କରିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି। ସେଲଟର ହୋମ୍‌ର ଆର୍ଥିକ ନେଣଦେଣ ଓ ବିଦେଶୀ ପୁଞ୍ଜି ଦେଇ ଇଡି ତଦନ୍ତ କରିବ। କେତେ ବିଦେଶୀ ପୁଞ୍ଜି ଆସୁଥିଲା, ତା’କୁ ନେଇ ଯାଞ୍ଚ କରିବ ଇଡି।

ଏଥିନେଇ ଇଡି ପକ୍ଷରୁ ଢେଙ୍କାନାଳ ପୋଲିସକୁ ଚାର୍ଜସିଟି ମଗାଯାଇଛି। ଇଡିର ଯୁଗ୍ମ ନିର୍ଦ୍ଦେଶକ ଏହି ସୂଚନା ଦେଇଛନ୍ତି।

ଡେଙ୍କାନାଳ ବେଲଟିକିରିସ୍ଥିତ ‘ଗୁଡ ନ୍ୟୁଜ୍‌ ଇଣ୍ଡିଆ’ ସେଣ୍ଟରରେ ନାବାଳିକାଙ୍କୁ ଯୌନ ନିର୍ଯାତନା ଦିଆଯାଉଥିଲା। ଏକାଧିକ ମହିଳା ଅନ୍ତେବାସୀଙ୍କୁ ଶୋଷଣ କରାଯାଉଥିଲା। ଏହି ଜଘନ୍ୟ କାଣ୍ଡର ମୁଖ୍ୟ ଖଳନାୟକ ଥିଲେ ସଂସ୍ଥାର ମୁଖ୍ୟ ଫୟାଜ୍‌ ରେହମାନ। ଯାହାଙ୍କୁ ‘ଡାଡି’ ବୋଲି ସମ୍ବୋଧନ କରନ୍ତି ଏହି ସେଲ୍‌ଟର ହୋମର ନିରୀହ ଅନ୍ତେବାସୀ। ଏପରିକି ଧର୍ମ ପରିବର୍ତ୍ତନ କରାଯାଉଥିବା ମଧ୍ୟ ଅଭିଯୋଗ ଆସିଥିଲା।

Comment