ଓଡ଼ିଶାଲାଇଭ୍‌ ବ୍ୟୁରୋ

୧୯୭୧ ମସିହା ଭାରତ ଓ ପାକିସ୍ତାନ ଯୁଦ୍ଧରେ ପ୍ରାଣ ହରାଇଥିବା ସହିଦଙ୍କୁ ମନେ ପକାଇବା ପାଇଁ ପାଳିତ ହେଉଛି ୪୭ତମ ବିଜୟ ଦିବସ।

ପ୍ରତିବର୍ଷ ଡିସେମ୍ବର ୧୬କୁ ଦେଶବ୍ୟାପି ବିଜୟ ଦିବସ ଭାବେ ପାଳନ କରାଯାଏ। ଏହି ଦିବସ ୧୯୭୧ ମସିହାରେ ହୋଇଥିବା ଭାରତ ପାକିସ୍ତାନ ଯୁଦ୍ଧରେ ଭାରତର ବିଜୟକୁ ମନେ ପକାଇବା ପାଇଁ ପାଳନ କରାଯାଏ।

୧୯୭୧ରେ ହୋଇଥିବା ଯୁଦ୍ଧ ପରେ ୯୩ ହଜାର ପାକିସ୍ତାନୀ ଆତ୍ମସମର୍ପଣ କରିଥିଲେ। ଏଥିସହ ଯୁଦ୍ଧ ପରେ ପୂର୍ବ ପାକିସ୍ତାନ ସ୍ଵାଧିନ ହୋଇଯାଇଥିଲା। ଯାହା ଏବେ ବାଂଲାଦେଶରେ ଜଣାଯାଉଛି।

ଏହି ଯୁଦ୍ଧ ଭାରତ ପାଇଁ ଏକ ଐତିହାସିକ ଯୁଦ୍ଧ ଭାବେ ପ୍ରମାଣିତ ହୋଇଥିଲା। ଏହି ଯୁଦ୍ଧରେ ୩ ହଜାର ୯ ଶହ ଭାରତୀୟ ସୈନ୍ୟ ସହିଦ ହୋଇଥିଲେ। ପାଖାପାଖି ୯ ହଜାର ୮୫୧ ଶହ ସୈନ୍ୟ ଆହତ ହୋଇଥିଲେ।

ଯୁଦ୍ଧ ସମୟରେ ଭାରତର ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି ଥିଲେ। ଡିସେମ୍ବର ୩ରେ ଇନ୍ଦିରା କୋଲକାତାରେ ଏକ ଜନସଭାରେ ଯୋଗ ଦେବାକୁ ଯାଇଥିଲେ। ସେହି ଦିନ ସଂଧ୍ୟାରେ ପାକିସ୍ତାନ ବାୟୁସେନା ପଠାନକୋଟ, ଅମୃତସର, ଶ୍ରୀନଗର, ଜୋଧପୁର, ଆଗ୍ରା ଆଦି ସ୍ଥାନର ବାୟୁସେନା ଆଡ୍ଡାରେ ବମ୍ ପକାଇଥିଲେ।

ଇନ୍ଦିରା ଗାନ୍ଧି ସେହି ଦିନ ଦିଲ୍ଲୀ ଆସି ମନ୍ତ୍ରୀ ମଣ୍ଡଳରେ ବୈଠକ ଡାକିଥିଲେ। ଶେଷରେ ପାକିସ୍ତାନ ଓ ଭାରତ ଭିତରେ ୧୩ ଦିନ ଘମାସନ ଯୁଦ୍ଧ ହୋଇଥିଲା। ଡିସେମ୍ବର ୧୬ରେ ଭାରତ ବିଜୟ ହୋଇଥିଲା।

Comment