ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ନିକଟରେ ଦେଶୀ ଗର୍ଲ ତଥା ପୁର୍ବ ମିସ୍ ୱାଲ୍ଡ ପ୍ରିୟଙ୍କା ଚୋପ୍ରା ଆମେରିକୀୟ ସିଙ୍ଗର ନିକ ଜୋନସ୍‌ଙ୍କ ସହିତ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଆଉ ଆପଣ ଶୁଣି ଆଶ୍ଚର୍ଯ୍ୟ ହେବେ କି ନିକ୍ ଏବେ ଫ୍ୟାମିଲି ପ୍ଲାନିଂ ବାବଦରେ ସମସ୍ତଙ୍କ ସହ କଥା ହେଉଥିବା ଦେଖିବାକୁ ମିଳିଛି।

ନିକ ଜୋନସ୍ କହିଛନ୍ତି ସେ ଭବିଷ୍ୟତରେ ବାପା ହେବାକୁ ଚାହୁଁଛନ୍ତି। ବଲିଉଡ୍ ଅଭିନେତ୍ରୀ ଓ ଗାୟକ ନିକ ଜୋନସ୍ ଯୋଧପୁରର ଓମ୍ମେଦ ଭବନରେ ଡିସେମ୍ବର ୧ରେ କ୍ୟାଥୋଲିକ୍ ପରମ୍ପରାରେ ବିବାହ କରିଥିଲେ। ଏହାର ୨ଦିନ ପରେ ହିନ୍ଦୁ ରୀତିନୀତି ଅନୁସାରେ ଉଭୟ ବିବାହ କରିଥିଲେ।ନିକ ବାପା ହେବା କଥା ଏକ ସାକ୍ଷାତକାରରେ କହିଛନ୍ତି। ଏହା ସହିତ ସେ ଏହି ସାକ୍ଷାତକାରରେ ନିଜ ପିଲାବେଳ କଥା ମଧ୍ୟ କହିଛନ୍ତି। ନିକ କହିଛନ୍ତି ପିଲାବେଳ ତାଙ୍କ ପାଇଁ ଏକ ସ୍ୱପ୍ନ ପରି, ସେ ଖୁବଶୀଘ୍ର ବଡ଼ ହୋଇଗଲେ। ସେ ଆହୁରି କହିଛନ୍ତି, “ମୁଁ କମ ବୟସରେ ବହୁତ କିଛି ଦେଖିଛି ଆଉ ଶିଖିଛି ମଧ୍ୟ। ଆଉ ମୁଁ ଆଶା କରୁଛି ଏହି ଅନୁଭୂତିକୁ ମୋ ପିଲା ସହ ନିଶ୍ଚିତ ଶେୟାର କରିବି”।

ନିକଙ୍କ ଏପରି କହିବା ପରେ ତାଙ୍କୁ ଅନେକେ ଟ୍ରୋଲ ବି କରୁଛନ୍ତି। ଆମେରିକାରେ ପ୍ରିୟଙ୍କା ଓ ନିକଙ୍କ ଲଭଷ୍ଟୋରୀ ଆରମ୍ଭ ହୋଇଥିଲା। ପରେ ଉଭୟଙ୍କ ପରିବାର ଲୋକଙ୍କ ସହମତିରେ ସେମାନେ ଡିସେମ୍ବର ୧ରେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଉଭୟଙ୍କୁ ସେମାନଙ୍କ ଫ୍ୟାନ ମାନେ ବିବାହ ଲାଗି ଅନେକ ଶୁଭେଛା ଜଣାଇଛନ୍ତି।

Comment