ଓଡ଼ିଶାଲାଇଭ୍ ବ୍ୟୁରୋ

ତିତ୍‌ଲି କ୍ଷୟକ୍ଷତି ନେଇ ଓଡ଼ିଶାକୁ ୧୦୨୩କୋଟିର ସହାୟତା ରାଶି ଘୋଷଣା କରାଯାଇଛି। ଓଡ଼ିଶାକୁ ୧୦୨୩ କୋଟି ୫୯ଲକ୍ଷ ଅତିରିକ୍ତ ସହାୟତା ମଂଜୁର କରାଯାଇଛି। ମଂଜୁର ନେଇ ସ୍ପଷ୍ଟ କରିଛନ୍ତି ଗୃହ ମନ୍ତ୍ରାଳୟ। ଏନଡିଆରଏଫ ପାଣ୍ଠିରୁ ସହାୟତା ମଂଜୁର ହୋଇଥିବା ଜଣାପଡ଼ିଛି। ସହାୟତା ଘୋଷଣା ପରେ ରାଜନାଥ ସିଂଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ତିତ୍‌ଲି ସହାୟତା ଲାଗି ଗୃହ ମନ୍ତ୍ରୀ ରାଜନାଥଙ୍କୁ ଭେଟିଥିଲେ ଧର୍ମେନ୍ଦ୍ର ପ୍ରଧାନ। କିଛି ଦିନ ପୁର୍ବରୁ ସହାୟତା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜନାଥଙ୍କ ସହିତ ଫୋନ ମାଧ୍ୟମରେ କଥା ହୋଇଥିଲେ। ରାଜନାଥଙ୍କ ତରଫରୁ ଶୀଘ୍ର ସହାୟତା ଯୋଗାଇବା ଲାଗି ପ୍ରତିଶୃତି ମିଳିଥିଲା।

୨ହଜାର ୨୩କୋଟିର ସହାୟତା ଯୋଗାଇଦେବାକୁ କେନ୍ଦ୍ରକୁ ଦାବିପତ୍ରରେ ଜଣାଇଥିଲେ ରାଜ୍ୟ ସରକାର। ତିତ୍‌ଲିରେ ଯେତିକି କ୍ଷୟକ୍ଷତି ହୋଇଛି ତାହାକୁ ପୁନରୁଦ୍ଧାର କରିବା ଲାଗି ୨୭ଶହ ୭୯କୋଟି ଟଙ୍କା ଆବଶ୍ୟକ ଥିବା ରାଜ୍ୟ ସରକାର କହିଥିଲେ। ତେବେ ଶନିବାର ନବୀନ ପଟ୍ଟନାୟକ କଥା ହେବା ପରେ ରାଜନାଥ ସିଂ ପାଖରୁ ପ୍ରତିଶ୍ରୃତି ମିଳିଥିଲା।

Comment