ଓଡ଼ିଶାଲାଇଭ୍ ବ୍ୟୁରୋ

ଡିସେମ୍ବର ୨୧ରୁ ଡିସେମ୍ବର ୨୬ ପର୍ଯ୍ୟନ୍ତ ବନ୍ଦ ରହିବ ବ୍ୟାଙ୍କ।

ଡିସେମ୍ବର ୨୧ରୁ୨୬ ତାରିଖ ଯାଏଁ ସମସ୍ତ ସରକାରୀ ବ୍ୟାଙ୍କ ବନ୍ଦ ରହିବ। ଏହି ବନ୍ଦ ଦିନ ଭିତରେ କେବଳ ଗୋଟିଏ ଦିନ୨୪ ତାରିଖରେ ବ୍ୟାଙ୍କ ଖୋଲା ରହିବ। ଡିସେମ୍ବର ୨୧ରେ ବ୍ୟାଙ୍କ କର୍ମଚାରୀ ବିଭିନ୍ନ ଦାବି ନେଇ ହରତାଳ କରିବେ। ହରତାଳ କାରଣରୁ ଦେଶବ୍ୟାପି ସମସ୍ତ ସରକାରୀ ବନ୍ଦ ରହିବ। ଏହି ଦିନ ଭିତରେ ବେସରକାରୀ ବ୍ୟାଙ୍କ ଗୁଡିକ ଖୋଲା ରହିବ।

୨୧ରେ  ହରତାଳ ଯୋଗୁଁ ବ୍ୟାଙ୍କ ବନ୍ଦ ରହୁଥିଲାବେଳେ ୨୨ରେ ଚତୁର୍ଥ ଶନିବାର ଯୋଗୁଁ ବ୍ୟାଙ୍କ ବନ୍ଦ ରହିବ। ସେହପରି ୨୩ ଡିସେମ୍ବର ରବିବାର ହେତୁ ବ୍ୟାଙ୍କ ବନ୍ଦ ରହିବ।

୨୪ ଡିସେମ୍ବରରେ ବ୍ୟାଙ୍କରେ ସାଧାରଣ ଭାବେ କାର୍ଯ୍ୟ ହେବ। ଡିସେମ୍ବର ୨୫ରେ କ୍ରିଷ୍ଟମାସ ପଡ଼ୁଥିବାରୁ ଏହି ଦିନ ବି ବ୍ୟାଙ୍କ ବନ୍ଦ ରହିବ। ୨୬ ଡିସେମ୍ବରରେ ପୁଣିଥରେ ବ୍ୟାଙ୍କ କର୍ମଚାରୀଙ୍କ ଆନ୍ଦୋଳନ କରିବେ।

ବ୍ୟାଙ୍କ କର୍ମଚାରୀମାନେ ସେମାନଙ୍କ ଦରମା ୮ ପ୍ରତିଶତ ବୃଦ୍ଧି କରିବାକୁ ଓ ସରକାର ସେମାନଙ୍କ ଦାବି ନଶୁଣିବାରୁ ଏହି ଆନ୍ଦୋଳନ କରୁଥିବା କହିଛନ୍ତି ୟୁନାଇଟେଡ ଫୋରମ ଅଫ୍ ବ୍ୟାଙ୍କ ୟୁନିୟନର ସେକ୍ରେଟେରୀ ଅଶ୍ଵିନ ରାଣା।

ତେବେ ନୂଆ ବର୍ଷର ସ୍ଵାଗତ ପାଇଁ ସାଧାରଣତଃ ଲୋକେ ଏହି ସମୟରେ କିଛି ନା କିଛି ଆୟୋଜନ କରିଥାନ୍ତି। ତେଣୁ ଏହି ସମୟରେ ଟଙ୍କାର ଆବଶ୍ୟକତା ଅଧିକ ଥାଏ। ବ୍ୟାଙ୍କ ବନ୍ଦ ରହୁଥିବାରୁ ଏଟିଏମ୍‌ଗୁଡ଼ିକରେ ମଧ୍ୟ ଟଙ୍କାର ଅଭାବ ଦେଖାଯାଇପାରେ। ଜନ ସାଧାରଣ ଏନେଇ ସମସ୍ୟାରେ ପଡ଼ିପାରନ୍ତି।

Comment