ଓଡ଼ିଶାଲାଇଭ ପଲିଟିକାଲ ବ୍ୟୁରୋ

ବହୁ ଚର୍ଚ୍ଚିତ ରାଫେଲ ଦୁର୍ନୀତିକୁ ନେଇ ସୁପ୍ରିମକୋର୍ଟଙ୍କ ରାୟ ଆସିବା ପରେ ଭାଜପା ସରକାର ଦେଶରେ ୭୦ଟି ସ୍ଥାନରେ ଦଳର ହେବିୱେଟ୍ ନେତାମାନଙ୍କୁ ନେଇ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରିଛନ୍ତି।

ଭୁବନେଶ୍ୱରରେ ଗୁଜୁରାଟର ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ଉପରେ ବର୍ଷିଛନ୍ତି। ସାମ୍ବାଦିକମାନଙ୍କୁ ସୂଚନା ଦେଇ ସେ କହିଛନ୍ତି, ”ରାଫେଲ ଦୁର୍ନୀତିରେ ଭାଜପା ସରକାରଙ୍କର କୌଣସି ସମ୍ପର୍କ ନାହିଁ। ରାଫେଲ ଦୁର୍ନୀତି ଏକ ମନଗଢ଼ା କଥା। ଦେଶର ଜନସାଧାରଣ ଜାଣନ୍ତୁ ଆମେ ନିର୍ଦ୍ଦୋଷ। ନିକଟରେ ସୁପ୍ରିମକୋର୍ଟ ଏହି ମାମଲାରେ କେନ୍ଦ୍ର ସରକାରଙ୍କୁ କ୍ଲିନଚିଟ୍ ଦେଇଛନ୍ତି।”

ଏହା ସହିତ ରୂପାଣୀ ଆହୁରି କହିଛନ୍ତି, ”ମିଛର ବୟସ ଖୁବ୍ କମ ହୋଇଥାଏ। କଂଗ୍ରେସର ଏହି ଦୁଷ୍ଟ ପ୍ରୟାସ ଦେଶର ପୁରୁଣା ଦଳ ଓ ଏହାର ସଭାପତି ରାହୁଲ ଗାନ୍ଧିଙ୍କ ଦ୍ୱାରା କରାଯାଇଥିଲା। ରାହୁଲ ଦେଶସାରା ବୁଲିବୁଲି ଲୋକମାନଙ୍କୁ ମିଛ କହୁଥିଲେ। ଦେଶର ସର୍ବୋଚ୍ଚ ଅଦାଲତ ମିଛ କହୁଥିବା ଦଳକୁ ଚାପୁଡ଼ା ମାରିଛନ୍ତି। ”

ରୂପାଣୀ ଆହୁରି କହିଛନ୍ତି,” ନୈତିକତା ଦୃଷ୍ଟି କୋଣରୁ ରାହୁଲ ଏଆଇସିସ ସଭ୍ୟ ପଦରୁ ସ୍ୱତଃ ଓହରି ଯାଆନ୍ତୁ ଏବଂ ଦେଶବାସୀଙ୍କ ସାମ୍ନାରେ କ୍ଷମା ମାଗନ୍ତୁ।”

Comment