ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ବିଜୟ ରୂପାଣୀଙ୍କ ପ୍ରେସମିଟର ଜବାବ ରଖିଲେ ବିଜେଡି ମୁଖପାତ୍ର ପ୍ରତାପ ଦେବ। ପ୍ରତାପ କହିଛନ୍ତି,” ମୁଖ୍ୟମନ୍ତ୍ରୀଙ୍କ ସୁରଟ ଗସ୍ତକୁ ନେଇ ବିଜେପି ଆତଙ୍କିତ। ତେଣୁ ବିଜୟ ରୂପାଣୀ ଏଠାରେ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ଏହା ବିଜେପିର ଏକ ରାଜନୈତିକ ଚାଲ୍। ଓଡ଼ିଶାରେ ଆସି ରାଫେଲ ଆଉ ଚିଟଫଣ୍ଡ ପ୍ରସଙ୍ଗ ଉଠାଇଛନ୍ତି। ଚିଟଫଣ୍ଡରେ ଗୁଜୁରାଟ କମ୍ପାନୀ ଗୁଡ଼ିକୁ ଅପରେଟ କରୁଥିଲା। ତାଙ୍କ ବିରୋଧରେ କୌଣସି ଏଫଆଇଆର କିମ୍ବା କିଛି କାର୍ଯ୍ୟାନୁଷ୍ଠାନ ଆଜି ଯାଏଁ ସୁରଟ ସରକାର ନେଇନାହାନ୍ତି। ”

ଏହା ସହିତ ପ୍ରତାପ ଦେବ ଆହୁରି ମଧ୍ୟ କହିଛନ୍ତି ,”ସୁରଟରେ ସୋମବାର ୧ଲକ୍ଷ ଓଡ଼ିଆ ଏକତ୍ରିତ ହୋଇଛନ୍ତି ଯାହକୁ ନେଇ ବିଜେପି ଭୟଭୀତ ହୋଇଛି। ସୁରଟରେ ରହୁଥିବା ଓଡ଼ିଆ ଶ୍ରମିକଙ୍କ ଲାଗି ଏଯାଏଁ ଜବକାର୍ଡ ଦିଆଯାଇନାହିଁ। ଶ୍ରମିକ ମାନଙ୍କୁ ୱାର୍କର ମାନ୍ୟତା ବି ଦିଆଯାଇନାହିଁ। ବିଜେପି ଏସବୁକୁ ନେଇ ଭୟଭୀତ ହୋଇଥିବାରୁ ବିଜୟ ରୂପାଣୀଙ୍କୁ ଡାକି ସାମ୍ବାଦିକ ସମ୍ମିଳନୀ କରୁଛି। ”

ରାଫେଲ ଦୁର୍ନୀତି ପ୍ରସଙ୍ଗରେ ସୋମବାର ବିଜେପି ପାଖାପାଖି ୭୦ଟି ସ୍ଥାନରେ ବରିଷ୍ଠ ନେତା ମାନଙ୍କୁ ନେଇ ସାମ୍ବାଦିକ ସମ୍ମିଳନୀ କରିଛି। ବିଜୟ ରୂପାଣୀ ସାମ୍ବାଦିକ ସମ୍ମିଳନୀ କରି କହିଥିଲେ ,”୧୮ବର୍ଷ ପରେ ମୁଖ୍ୟମନ୍ତ୍ରୀଙ୍କର ସୁରଟରେ ରହୁଥିବା ଓଡ଼ିଆଙ୍କ କଥା ମନେ ପଡ଼ିଛି। ଏ ସବୁକିଛି ଆଗାମୀ ନିର୍ବାଚନ ଲାଗି କରାଯାଉଛି। ” ଯାହାର ଯବାବ ରଖିଛନ୍ତି ବିଜେଡି ମୁଖପାତ୍ର ପ୍ରତାପ ଦେବ।

Comment