ଓଡ଼ିଶାଲାଇଭ ପଲିଟିକାଲ ବ୍ୟୁରୋ

ଉଦ୍‌ଯାପିତ ହୋଇଯାଇଛି ୨୦୧୮ ପୁରୁଷ ହକି ବିଶ୍ୱକପର ଫାଇନାଲ ମ୍ୟାଚ୍। ଉଦଯାପନୀ ମ୍ୟାଚରେ ଅନେକ ସଂଖ୍ୟାରେ ଦର୍ଶକ ସାମିଲ ହୋଇଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର, ଦିଲ୍ଲୀପ ତିର୍କୀ, ରାଜ୍ୟପାଳ ଗଣେଷୀ ଲାଲ୍ ପ୍ରମୁଖ ଉପସ୍ଥିତ ଥିଲେ।

ଉଦଘାଟନୀ ମ୍ୟାଚ୍‌ରେ ବିଜେପିର କୌଣସି ନେତା ଯୋଗ ଦେଇନଥିଲେ। ଯାହାକୁ ନେଇ ସେତେବେଳେ ଅନେକ ରାଜନୀତିକରଣ କରାଯାଇଥିଲା। ମାତ୍ର ଉଦଯାପନୀ ମ୍ୟାଚ୍‌ରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇଥିଲେ । ଏହା ସହିତ ରନର୍ସଅପ ନେଦରଲାଣ୍ଡସ୍ ଟିମ୍‌ର ଅଧିନାୟକଙ୍କୁ ଟ୍ରଫି ପ୍ରଦାନ କରିଥିଲେ।

Comment