ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ କୃଷି ଋଣ ଛାଡ଼ କରିବାକୁ ଘୋଷଣା କଲେ କମଲନାଥ।

ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଭାର ସମ୍ଭାଳିବା କ୍ଷଣି କମଲନାଥ ତାଙ୍କ ପ୍ରତିଶ୍ରୁତି ରକ୍ଷା କରିଛନ୍ତି। କୃଷି ଋଣ ଛାଡ଼ ପାଇଁ ଫାଇଲରେ ଦସ୍ତଖତ କରିଛନ୍ତି ମୁଖ୍ୟମନ୍ତ୍ରୀ କମଲନାଥ ଏଥିସହ ୨ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସମସ୍ତ କୃଷି ଋଣ ଛାଡ଼ କରିବାକୁ ସେ ଘୋଷଣା କରିଛନ୍ତି। ୨୦୧୮ ମାର୍ଚ୍ଚ ୩୧ ଭିତରେ ଥିବା ସମସ୍ତ କୃଷି ଋଣ ଛାଡ଼ କରିବାକୁ କୁହାଯାଇଛି।

ନିର୍ବାଚନ ପୂର୍ବରୁ ଜାରି ହୋଇଥିବା ଇସ୍ତାହାର ପତ୍ରରେ କୃଷକଙ୍କ ଋଣ ଛାଡ଼ ନେଇ ଗୁରୁତ୍ଵପୂର୍ଣ୍ଣ ପ୍ରତିଶ୍ରୁତି ଦେଇଥଲା କଂଗ୍ରେସ। କଂଗ୍ରେସ କ୍ଷମତାକୁ ଆସିଲେ କୃଷି ଋଣ ଛାଡ଼ କରିବାକୁ ନିର୍ବାଚନ ପୂର୍ବରୁ କମଲନାଥ ପ୍ରତିଶ୍ରୁତି ଦେଇଥିଲେ। ସୋମବାର ଶପଥ ପାଠ ପରେ କମଲନାଥ ତୁରନ୍ତ ତାଙ୍କ ପ୍ରତିଶ୍ରୁତି ପୂରଣ କରିଛନ୍ତି।

କମଳନାଥ ସୋମବାର ଭୋପାଳର ଜମ୍ବୁରୀ ମଇଦାନରେ ଶପଥ ପାଠ କରିଥିଲେ। ଏହି ଶପଥ ପାଠ ଉତ୍ସବରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ସାମିଲ ହୋଇଥିଲେ।

Comment