ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଅଶୋକ ଗେହଲଟ ଉପ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ସଚିନ ପାଇଲଟ।

ତିନି ରାଜ୍ୟ ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ଚୟନ ପରେ ସୋମବାର ତିନିରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବ ରହିଛି। ତେବେ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଭାବେ ଅଶୋକ ଗେହଲଟ ଶପଥ ନେଇଥିଲାବେଳେ ସଚିନ ପାଇଲଟ ଉପ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି।

ଏହି ଶପଥ ଗ୍ରହଣ ଉତ୍ସବ ଜୟପୁରର ଆଲବର୍ଟ ହଲରେ ଆୟୋଜିତ ହୋଇଥିଲା। ଅଶୋକ ଗେହଲଟ ତୃତୀୟ ଥର ପାଇଁ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ହୋଇଛନ୍ତି।

ଏହି ଉତ୍ସବରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଅନ୍ୟ ବିରୋଧୀ ଦଳ ନେତା ସମେତ ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ଉପସ୍ଥିତ ରହିଥିଲେ।

ସେହପରି ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ କମଲନାଥ ସୋମବାର ଶପଥ ନେବେ। ଏହି ଶପଥ ଗ୍ରହଣ ଉତ୍ସବ ଭୋପାଳର ଜମ୍ବୁରୀ ମଇଦାନରେ ଆୟୋଜିତ ହୋଇଛି। ଏହି ଉତ୍ସବରେ ଶିବରାଜ ସିଂହ ଚୌହାନ ସାମିଲ ହେବେ।

ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ଭାବେ ଭୂପେଶ ବଘେଲ ରାୟପୁରର ସାଇନ୍ସ କଲେଜ ମୈଦାନରେ ଶପଥ ନେବେ।

Comment