ଓଡ଼ିଶାଲାଇଭ୍ ବ୍ୟୁରୋ

କିମ୍ବଦନ୍ତୀ ପର୍ବତାରୋହୀ ଶ୍ରୀ କୁସାଙ୍ଗ ଦୋର୍ଜି ଶେର୍ପାଙ୍କ ଆତ୍ମଜୀବନୀ ଉପରେ ଆଧାରିତ ପୁସ୍ତକ ‘ଦ ଲଙ୍ଗ୍ ୱାକ ଫ୍ରମ ଡାର୍କନେସ ଟୁ ଲାଇଟ’ ଉନ୍ମୋଚିତ ହୋଇଛି।

ବିଶିଷ୍ଟ ବନ୍ୟପ୍ରାଣୀବିତ୍ ତଥା ଦୁଃସାହସିକ କ୍ରୀଡ଼ା ପୃଷ୍ଠପୋଷକ ସୁଶାନ୍ତ କୁମାର ଦାସଙ୍କ ଦ୍ୱାରା ଲିଖିତ ତଥା ପ୍ରକାଶିତ ‘ଦ ଲଙ୍ଗ୍ ୱାକ ଫ୍ରମ ଡାର୍କନେସ ଟୁ ଲାଇଟ’ ପୁସ୍ତକ ଉନ୍ମୋଚିତ ହୋଇଛି। ଡିସେମ୍ବର ୧୨ରେ ଦାର୍ଜିଲିଂସ୍ଥିତ ହିମାଳୟ ପର୍ବତାରୋହଣ ସଂସ୍ଥା ପ୍ରେକ୍ଷାଳୟରେ ଏହି ପୁସ୍ତକ ଉନ୍ମୋଚିତ ହୋଇଥିଲା। ଏହି ପୁସ୍ତକଟି କିମ୍ବଦନ୍ତୀ ପର୍ବତାରୋହୀ କୁସାଙ୍ଗ ଦୋର୍ଜି ଶେର୍ପାଙ୍କ ଆତ୍ମଜୀବନୀ ଉପରେ ଆଧାରିତ।

ମୁଖ୍ୟ ଅତିଥି ଭାବେ ଦାର୍ଜିଲିଂ ପୋଲିସ ନିରୀକ୍ଷକ ଆଇପିଏସ ମନୋଜ କୁମାର ବର୍ମା ଯୋଗ ଦେଇଥିଲେ। ଗ୍ରୁପ କ୍ୟାପଟେନ୍ ଜୟକିଶାନ ମୁଖ୍ୟ ବକ୍ତା ଭାବେ ଅଂଶ ଗ୍ରହଣ କରିଥିବା ବେଳେ ହିମାଳୟ ପର୍ବତାରୋହଣ ସଂସ୍ଥାର ଉପାଧ୍ୟକ୍ଷ ଉଇଙ୍ଗ୍ କମାଣ୍ଡର ଦେବୀଦତ୍ତ ପଣ୍ଡା ପୌରହିତ୍ୟ କରି ପୁସ୍ତକ ଉନ୍ମୋଚନ କରିଥିଲେ।

ପୁସ୍ତକଟି ପର୍ବତାରୋହୀ କୁସାଙ୍ଗ ଦୋର୍ଜି ଶେର୍ପାଙ୍କ ଆତ୍ମଜୀବନୀ ଉପରେ ଆଧାରିତ। କୁସାଙ୍ଗ ଶେର୍ପା ନିଜର ନିଷ୍ଠା, ଦୃଢ଼ ଇଚ୍ଛାଶକ୍ତି ଓ ଦକ୍ଷତାପାଇଁ ଅପାଠୁଆ ଥିଲେ ମଧ୍ୟ ନିଜା ଲକ୍ଷ୍ୟ ସ୍ଥଳରେ ପହଞ୍ଚିପାରଥିଲେ। ସେ ଏଭେରେଷ୍ଟ ଶୃଙ୍ଗ ଏହାର ଚାରି ପାଖରୁ ୫ଥର ଆରୋହଣ କରି ପୃଥିବୀରେ ରେକର୍ଡ ସୃଷ୍ଟି କରିପାରିଛନ୍ତି।

କୁସାଙ୍ଗ ଶେର୍ପା ଦାଦନ ଶମିକରୁ ନିଜ ଜୀବନ ଆରମ୍ଭକରି ଦୃଢ଼ ଇଚ୍ଛାଶକ୍ତି ବଳରେ ହିମାଳୟ ପର୍ବତାରୋହଣ ସଂସ୍ଥାର ମୁଖ୍ୟ ପ୍ରଶିକ୍ଷକ ଭାବେ କାର୍ଯ୍ୟକରି ଅବସର ଗ୍ରହଣ କରିଛନ୍ତି। ଜଣେ କିମ୍ବଦନ୍ତୀ ପର୍ବତାରୋହୀ ଭାବେ ସେ କିପରି ନିଜକୁ ପ୍ରତିଷ୍ଠିତ କରିପାରିଛନ୍ତି ଲେଖକ ସୁଶାନ୍ତ କୁମାର ଦାସ ନିଖୁଣ ଭାବେ ଏହି ପୁସ୍ତକରେ ପ୍ରକାଶ କରିଛନ୍ତି।

ଏହି ପୁସ୍ତକ ଉନ୍ମୋଚନ ସଭାରେ ଦାର୍ଜିଲିଂ ପୋଲିସ ଅଧ୍ୟକ୍ଷ ଆଇପିଏସ ଅଖିଳେଶ ଚର୍ତୁବେଦୀ, କୁସାଙ୍ଗ ଶେର୍ପା, ଲେଖକ ସୁଶାନ୍ତ କୁମାର ଦାଶ ଓ ବହୁ ପ୍ରତିଷ୍ଠିତ ପର୍ବତାରୋହୀ ତଥା ମାନ୍ୟଗନ୍ୟ ବ୍ୟକ୍ତି ଯୋଗଦେଇଥିଲେ।

Comment