ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଫେଲ ପ୍ରସଙ୍ଗକୁ ନେଇ ସଂସଦରେ ଶାସକ ଓ ବିରୋଧି ଦଳ ପୁଣି ମୁହାମୁହିଁ।

ମଙ୍ଗଳବାର ସଂସଦ ଶୀତକାଳୀନ ଅଧିବେଶନର ରାଫେଲ ପ୍ରସଙ୍ଗକୁ ନେଇ ଶାସକ ଓ ବିରୋଧି ଦଳ ମୁହାମୁହିଁ ହୋଇଛନ୍ତି। ରାଫେଲ ମାମଲାରେ କଂଗ୍ରେସ ସୁପ୍ରିମୋ ରାହୁଲ ଗାନ୍ଧିଙ୍କୁ କ୍ଷମା ମାଗିବା ପାଇଁ ବିଜେପି ସାଂସଦମାନେ ଦାବି କରିଥିଲେ। ସଂସଦରେ ଦିନ ୧୧ଟାରେ ଗୃହ କାର୍ଯ୍ୟ ଆରମ୍ଭ ହେବା ପରେ ବିଜେପି ନେତାମାନେ ରାହୁଲ କ୍ଷମା ମାଗନ୍ତୁ ନାରା ଲଗାଇଥିଲେ। ଏହା ପରେ ଆରମ୍ଭ ହୋଇଥିଲା ହଂଗାମା।

ଜବାବରେ ରାଫେଲ ମାମଲାର ଜେପିସି ତଦନ୍ତ ଦାବିରେ କଂଗ୍ରେସ ନେତାମାନେ ନାରାବାଜି କରିଥିଲେ। ରାଫେଲ ମାମଲା ତଥା ବଭିନ୍ନ ପ୍ରସଙ୍ଗକୁ ନେଇ ବିରୋଧି ଦଳଗୁଡ଼ିକ ସଂସଦ ବାହାରେ ବିରୋଧ ପ୍ରଦର୍ଶନ କରିଥିଲେ। ତେଣୁ ମଙ୍ଗଳବାର ଲୋକସଭାକୁ ସ୍ଥଗିତ କରାଯାଇଛି।

ଅନ୍ୟପଟେ ଆନ୍ଧ୍ରପ୍ରଦେଶକୁ ସ୍ୱତନ୍ତ୍ର ରାଜ୍ୟପାହ୍ୟା ଦାବିରେ ତେଲୁଗୁ ଦେଶମ ପାର୍ଟି ସଂସଦରେ ବିରୋଧ ପ୍ରଦର୍ଶନ କରିଛନ୍ତି। ରାଫେଲ ମାମଲାରେ ରାଜ୍ୟସଭାରେ ମଧ୍ୟ ହଂଗାମା ଦେଖିବାକୁ ମିଳିଥିଲା। ଏହାକୁ ଦୃଷ୍ଟିରେ ରଖି ରାଜ୍ୟସଭାକୁ ଦିନ ୨ଟା ଯାଏଁ ମୁଲତବି ଘୋଷଣା କରାଯାଇଛି। ମଙ୍ଗଳବାର ସଂସଦ ଶୀତକାଳୀନ ଅଧିବେଶନର ଷଷ୍ଠ ଦିନରେ ପହଞ୍ଛିଥିଲା।

LEAVE A REPLY

Please enter your comment!
Please enter your name here