ଓଡ଼ିଶାଲାଇଭ୍ ବ୍ୟୁରୋ

ସାମୁଦ୍ରିକ ‘ପେଥାଇ’ ସ୍ଥଳ ଭାଗ ଛୁଇଁବା ପରେ ଏବେ ଧିରେ ଧିରେ ଦୁର୍ବଳ ହେବାରେ ଲାଗିଛି। ଏହାର ପ୍ରଭାବରେ ସାରା ରାଜ୍ୟରେ ବର୍ଷା ଲାଗିରହିଛି। ଆସନ୍ତା ୧୨ ଘଣ୍ଟା ଯାଏଁ ବର୍ଷା ଲାଗିରହିବ ବିଶେଷ କରି ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ହେବାର ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ।

ବଲାଙ୍ଗିରରେ ସର୍ବାଧିକ ୯୨.୫ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଏହାସହିତ ମାଲକାନଗିରି, କୋରପୁଟ, ରାୟଗଡ଼ା, ନବରଙ୍ଗପୁର, କଳାହାଣ୍ଡି ଓ ଗଜପତି ଜିଲ୍ଲାରେ ବର୍ଷା ଜାରି ରହିଛି।

ଅନ୍ୟପଟେ ସୋମବାର ଅପରାହଣ୍‌ଠୁ ପାଗରେ ପରବର୍ତ୍ତନ ହେବ। ମଙ୍ଗଳବାର ସୁଦ୍ଧା ପାଗରେ ଅଧିକ ପରିବର୍ତ୍ତନ ହେବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି।

ଆନ୍ଧ୍ରରେ ପେଥାଇ ଅଧିକ କ୍ଷତି କରିଛି ଏବେ ସେଠାରେ ସ୍ଥିତିର ମୁକାବିଲା ଲାଗି ୧୨ଟି ଏନଡିଆରଏଫ ଟିମ୍, ନୌସେନାର ୨ଟି ହେଲିକେପ୍ଟର ଓ ୧୦ଟି ଅଗ୍ନିଶମ ଟିମ୍ ମୁତୟନ କରାଯାଇଛି।

କିଛି ସମୟ ପୁର୍ବରୁ ସ୍ୱତନ୍ତ୍ର ରିଲିଫ କମିଶନର ବିଷ୍ଣୁପଦ ସେଠୀ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି,”ପେଥାଇ ଯୋଗୁଁ ସହାୟତା ମିଳିବ। ଜିଲ୍ଲାପାଳ ମାନଙ୍କଠୁ ରିପୋର୍ଟ ଆସିବାପରେ ସହାୟତା ବାବଦରେ ବିଶ୍ଲେଷଣ କରାଯିବ।“

Comment