ଓଡ଼ିଶାଲାଇଭ୍‌ ବ୍ୟୁରୋ

ଅନଲାଇନରେ ମିଳିବନି ମହାପ୍ରସାଦ, ସୂଚନା ଦେଲେ ମନ୍ଦିର ପ୍ରଶାସନ। ବିକ୍ରେତାକୁ ଆଇନ ଅନୁଯାୟୀ ଦଣ୍ଡ ଦିଆଯିବ।

ପୁରୀ ଶ୍ରୀମନ୍ଦିରରେ ଅନଲାଇନ ମହାପ୍ରସାଦ ବିକ୍ରିକୁ ମନ୍ଦିର ପ୍ରଶାସନ ମନାକରିଛି। ସେହିପରି ଅନଲାଇନ ନିମନ୍ତ୍ରଣ ବ୍ୟବସ୍ଥାକୁ ମଧ୍ୟ ମନ୍ଦିର ପ୍ରଶାସନ ପକ୍ଷରୁ ମନା କରାଯାଇଛି। ଶ୍ରୀମନ୍ଦର ପ୍ରଶାସନର ନୀତି ପ୍ରଶାସକ ବିଶ୍ୱଜିତ ବିଶ୍ୱାଳ ଏହି ସୂଚନା ଦେଇଛନ୍ତି।

ଶ୍ରୀମନ୍ଦିର ପରିଚାଳନା କମିଟିର ବୈଠକରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଅନଲାଇନ ମହାପ୍ରସାଦ ବିକ୍ରି ପାଇଁ ମନ୍ଦିର ପ୍ରଶାସନ କାହାକୁ ଅନୁମତି ଦେଇନାହିଁ। ଅନଲାଇନ ବ୍ୟବସ୍ଥାର ପ୍ରଚାର ନେଇ ପୋଲିସକୁ ଜଣାଇ ଦିଆଯାଇଛି। ପୋଲିସ ସମ୍ପୃକ୍ତ ବ୍ୟକ୍ତିବିଶେଷ ଓ ଅନୁଷ୍ଠାନଗୁଡ଼ିକୁ ଠାବ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ଶ୍ରୀମନ୍ଦର ପ୍ରଶାସନର ନୀତି ପ୍ରଶାସକ ବିଶ୍ୱଜିତ ବିଶ୍ୱାଳ ସୂଚନା ଦେଇଛନ୍ତି। ମହାପ୍ରସାଦ ବିକ୍ରିକୁ ଅନଲାଇନ ବ୍ୟବସ୍ଥା କଲେ ଆଇନ ଅନୁଯାୟୀ ଦଣ୍ଡ ଦିଆଯିବ ବୋଲି ସେ କହିଛନ୍ତି।

କିଛି ଦିନ ପୂର୍ବରୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ଅନଲାଇନ ଟିକେଟ ବ୍ୟବସ୍ଥା ଆରମ୍ଭ ହୋଇଥିଲା। ଏହାପରେ ଅନଲାଇନ ମହାପ୍ରସାଦ ବିକ୍ରିକୁ ନେଇ ଚର୍ଚ୍ଚା ଜୋର ଧରିଥିଲା। ବର୍ତ୍ତମାନ ଏହା ଉପରୁ ପରଦା ଉଠାଇଛି ମନ୍ଦିର ପ୍ରଶାସନ। ଅନଲାଇନ ମହାପ୍ରସାଦ ବିକ୍ରିକୁ ମନ୍ଦିର ପ୍ରଶାସନ ମନା କରିଛି।

Comment