ଓଡ଼ିଶାଲାଇଭ୍‌ ବ୍ୟୁରୋ

୨୦୧୮ରେ ଭାରତରେ ମୋଟ ୩ ହଜାର ୩୦୦ କୋଟି ଲୋକେ ଅଶ୍ଳୀଳ ଫିଲ୍ମ ଦେଖିଛନ୍ତି। ଇଣ୍ଟରନେଟର ସବୁଠାରୁ ବଡ଼ ଅଶ୍ଳୀଳ ସାଇଟ୍ ପର୍ଣ୍ଣହବର ରିପୋର୍ଟ ସାମ୍ନାକୁ ଆସିଛି। ଏ ବର୍ଷ ନଭେମ୍ବର ଶେଷସୁଦ୍ଧା ୯ କୋଟି ୨୦ ଲକ୍ଷ ଲୋକ ଅଧିକ ଦେଖିଛନ୍ତି। ଆପଣ ଜାଣି ବିସ୍ମିତ ହେବେ ଯେ ଏହି ଲୋକଙ୍କ ସଂଖ୍ୟା ପୋଲାଣ୍ଡ, କାନାଡା ଓ ଅଷ୍ଟ୍ରେଲିଆ ଭଳି ତିନି ଦେଶର ଜନସଂଖ୍ୟା ସହିତ ସମାନ।

ପର୍ଣ୍ଣହବର ସୂଚନା ଅନୁଯାୟୀ ସବୁଠାରୁ ଅଧିକ ଆମେରିକୀୟ ଏହି ସାଇଟକୁ ଆସିଥାନ୍ତି। ତା’ପରେ ଇଂଲଣ୍ଡ ଏବଂ ତୃତୀୟ ସ୍ଥାନରେ ରହିଛି ଭାରତ। ୭୦ ପ୍ରତିଶତ ଭାରତୀୟ ପୁରୁଷ ଅଶ୍ଳୀଳ ଫିଲ୍ମ ଦେଖନ୍ତି ଓ ୩୦ ପ୍ରତିଶତ ଭାରତୀୟ ମହିଳା ଇଣ୍ଟରନେଟରେ ଅଶ୍ଳୀଳ ଫିଲ୍ମ ଦେଖୁଥିବାର ଏଥିରେ କୁହାଯାଇଛି। ଗତବର୍ଷ ଭାରତୀୟ ମହିଳାମାନଙ୍କର ପ୍ରତି ହାର ୨୬ ପ୍ରତିଶତ ଥିଲା, ତେବେ ସାରା ବିଶ୍ୱରେ ପ୍ରାୟ ୯ ପ୍ରତିଶତ ମହିଳା ଅଶ୍ଳୀଳ ଫିଲ୍ମ ଦେଖନ୍ତି ବୋଲି ଏଥିରେ କୁହାଯାଇଛି।

ଭାରତରେ ୬୦ ପ୍ରତିଶତ ଲୋକ ମୋବାଇଲ ଫୋନରେ ଅଶ୍ଳୀଳ ଫିଲ୍ମ ଦେଖୁଥିଲାବେଳେ ୨୭ ପ୍ରତିଶତ ଲୋକ କମ୍ପ୍ୟୁଟରରେ ଦେଖୁଛନ୍ତି। ୱେବସାଇଟରେ ବଲିଉଡ୍ ବେବ୍ ସନି ଲିଓନ ପର୍ଣ୍ଣ ଷ୍ଟାର ଭାବେ ଶୀର୍ଷରେ ରହିଛନ୍ତି।

ଅଶ୍ଳୀଳ ଫିଲ୍ମ ଦେଖିବାରେ ତାଲିକାର ଚତୁର୍ଥ ସ୍ଥାନରେ ଜର୍ମାନୀ, ପଞ୍ଚମରେ ଫ୍ରାନ୍ସ, ଷଷ୍ଠରେ ଅଷ୍ଟ୍ରେଲିଆ ରହିଛି। ସେହିଭଳି ସପ୍ତମ ସ୍ଥାନରେ ଇଟାଲୀ, ଅଷ୍ଟମରେ ବ୍ରାଜିଲ, ନବମରେ ମେକ୍ସିକୋ ଏବଂ ଦଶମ ସ୍ଥାନରେ ଋଷିଆ ରହିଛି।  ବେଲଜିମରେ ସବୁଠୁ କମ୍ ଲୋକ ଅଶ୍ଳୀଳ ଫିଲ୍ମ ଦେଖିଥାନ୍ତି। ବେଲଜିୟମ ତାଲିକାର ୨୦ତମ ସ୍ଥାନରେ ରହିଛି।

Comment