ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଅଭିନୟରୁ ରାଜନୀତିରେ ପ୍ରବେଶ କରିଥିବା ବଲିଉଡ ନାୟିକା।

ଗତ କିଛି ବର୍ଷରେ ଦେଖାଯାଇଛି ଯେ ବଲିଉଡର କିଛି ଅଭିନେତ୍ରୀ ରାଜନୀତିରେ ଭଲ ପ୍ରଦର୍ଶନ କରିଛନ୍ତି। ଯେତିକି ସଫଳତା ତାଙ୍କୁ ଅଭିନୟ ଜଗତରେ ମିଳିଛି ତା’ଠୁ ଅଧିକ ସଫଳତା ରାଜନୀତିରେ ମିଳିଛି। ଭାରତୀୟ ରାଜନୀତିରେ ଏହି ଅଭିନେତ୍ରୀମାନେ ନିଜର ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ଅଧିକାଂଶ ସମୟରେ ଏହା ବି ଦେଖାଯାଏ ଯେ, ନିର୍ବାଚନି ପ୍ରଚାର ପ୍ରସାର ପାଇଁ  ରାଜନୈତିକ ଦଳଗୁଡ଼ିକ ବି ଅଭିନେତ୍ରୀମାନଙ୍କୁ ନିମନ୍ତ୍ରଣ କରିଥାନ୍ତି।

ତେବେ ଅଭିନେତ୍ରୀରୁ ନେତ୍ରୀ ବନିଥିବା ତାଲିକା ଭିତରେ ରହିଛନ୍ତି ତାମିଲନାଡୁର ମୁଖ୍ୟମନ୍ତ୍ରୀ ରହିଥିବା ଜୟ ଲଳିତା, ହେମାମାଳିନୀ, ଜୟପ୍ରଦା, ସ୍ମୃତି ଇରାନୀ, ଜୟା ବଚ୍ଚନ।

ଜୟ ଲଳିତା

ସାଉଥ୍ ଇଣ୍ଡିଆନ ଫିଲ୍ମରେ ସୁପରହିଟ ହିରୋଇନ ରହିଥିବା ଜୟ ଲଳିତାଙ୍କ ରାଜନୈତିକ କ୍ୟାରିୟର ଅଭିନେତ୍ରୀମାନଙ୍କ ପାଇଁ ଉଦାହାରଣ ପାଲଟିଛି। ସେ ୧୪ ବର୍ଷ ବୟସରେ ଫିଲ୍ମରେ କାମ କରିବା ଆରମ୍ଭ କରିଦେଇଥିଲେ। ପରେ ରାଜନୀତିରେ ପ୍ରବେଶ କରିଥିଲେ। ସେ ତାମିଲନାଡୁରେ ଲଗାତର ୫ଥର ମୁଖ୍ୟମନ୍ତ୍ରୀ ହୋଇଥିଲେ।

ହେମାମାଳିନୀ

ବଲିଉଡ ଡ୍ରିମଗାର୍ଲ ହେମାମାଳିନୀଙ୍କର ବିଜେପିରୁ ହିଁ ରାଜେନୈତିକ କ୍ୟାରିୟର ଆରମ୍ଭ ହୋଇଛି। ସେ ୧୯୯୯ରେ କୋ-ଷ୍ଟାର ବିନୋଦ ଖାନାଙ୍କ ପାଇଁ ନିର୍ବାଚନି ପ୍ରଚାର କରିଥିଲେ। ଏହାପରେ ସେ ୨୦୦୩ରୁ ୨୦୦୯ ପର୍ଯ୍ୟନ୍ତ ରାଜ୍ୟସଭା ସଦସ୍ୟ ରହିଥିଲେ। ୨୦୧୦ରେ ସେ ବିଜେପିର ଜେନେରାଲ ସେକ୍ରେଟେରୀ ହୋଇଥିଲେ। ୨୦୧୪ରେ ସେ ମଥୁରାରୁ ଲୋକସଭା ନିର୍ବାଚନକୁ ଓହ୍ଲାଇଥିଲେ। ନିର୍ବାଚନ ଜିତି ବି ଥିଲେ।

ଜୟପ୍ରଦା

ବଲିଉଡରେ ଅନେକ ସୁପରହିଟ ଫିଲ୍ମ ଦେବାପରେ ଜୟପ୍ରଦା ଅଚାନକ ଫିଲ୍ମ ଦୁନିଆଁରୁ ବିଦାୟ ନେଇଥିଲେ। ଫିଲ୍ମ ଜଗତରୁ ବିଦାୟ ନେବାପରେ ସେ ତେଲୁଗୁ ଦେଶମ ପାର୍ଟିରେ ଜଏନ କରିଥିଲେ। ପାର୍ଟିରେ ମତଭେଦ ଯୋଗୁଁ ସେ ସମାଜବାଦୀ ପାର୍ଟିରେ ସାମିଲ ହୋଇଥିଲେ। ୨୦୦୪ରେ ସେ ରାମପୁରରୁ ନିର୍ବାଚନ ଜିତିଥିଲେ। ଏଥିସହ ସେ ୨୦୧୪ରେ ବି ଲୋକସଭା ନିର୍ବାଚନ ଲଢ଼ି ଜିତିଥିଲେ।

ସ୍ମୃତି ଇରାନୀ

ଯଦଓ ସ୍ମୃତି ଇରାନୀ ଫିଲ୍ମରେ କାମ କରିନାହଁନ୍ତି ତଥାପି ସେ ସିରିଏଲ ଜରିଆରେ ଘରେ ଘରେ ପରିଚିତ। ସିରିଏଲ ‘କିଉଁକି ଶାଶ ଭି କଭି ବୋହୂ ଥି’ରେ ସେ ଅଧିକ ଲୋକପ୍ରିୟତା ହାସଲ କରିଥିଲେ। ସେ ୨୦୦୩ରେ ବିଜେପିରେ ଯୋଗ ଦେଇଥିଲେ। ୨୦୧୧ରେ ରାଜ୍ୟସଭା ସଦସ୍ୟ ହୋଇଥିଲେ।

ଜୟା ବଚ୍ଚନ

ଜୟା ବଚ୍ଚନ ଉଭୟ ଅଭିନୟ ଓ ରାଜନୀତିରେ ନିଜର ପତିଆରା ବଢ଼ାଇଛନ୍ତି। ୨୦୦୪ରେ ସେ ପ୍ରଥମେ ରାଜନୀତି ଦୁନିଆଁରେ ପାଦ ରଖିଥିଲେ। ସେ ସମାଜବାଦୀ ପାର୍ଟି ପକ୍ଷରୁ ରାଜ୍ୟସଭା ସଦସ୍ୟ ରହିଛନ୍ତି। ଚଳିତ ବର୍ଷ ସେ ଚତୁର୍ଥ ଥର ପାଇଁ ରାଜ୍ୟସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଛନ୍ତି।

Comment