ଓଡ଼ିଶାଲାଇଭ୍ ବ୍ୟୁରୋ

ସାବିର୍‌ମାଲା ମନ୍ଦିରରେ ମଙ୍ଗଳବାର ୪ଜଣ ସମଲିଙ୍ଗୀ ଭଗବାନ ଅୟପ୍ପାଙ୍କ ଦର୍ଶନ କରିଛନ୍ତି। ଏହି ୪ଜଣଙ୍କୁ ରବିବାର ପର୍ଯ୍ୟନ୍ତ ଦର୍ଶନ କରିବାର ଅନୁମତି ମିଳିନଥିଲା।

ଦର୍ଶନର ଗୋଟିଏ ଦିନ ପୂର୍ବରୁ ସେମାନଙ୍କୁ ଅନୁମତି ମିଳିଥିଲା ଏବଂ ସେମାନେ ମଙ୍ଗବାର ଭଗବାନ ଅୟପ୍ପାଙ୍କ ଦର୍ଶନ କରିଛନ୍ତି। ଏହା ନିଷ୍ଚିତ ଭାବେ ଏକ ଭଲ ଖବର ଯେ ସାବିର୍‌ମାଲା ମନ୍ଦିରରେ ସମଲିଙ୍ଗୀ ଭଗବାନଙ୍କ ଦର୍ଶନ କରିଛନ୍ତି।

ଦର୍ଶନ ସମୟରେ ସମସ୍ତେ ଶାଢୀ ପିନ୍ଧିଥିଲେ। ସେମାନେ ଏରୁମେଲି ପହଞ୍ଚିବା ପରେ ଏର୍ଣ୍ଣାକୁଲମର ୪ଜଣ ଭକ୍ତ ଶାଢୀ ପିନ୍ଧି ସକାଳୁଠୁ ଭଗବାନଙ୍କ ଦର୍ଶନ ଲାଗି ପାହାଡ଼ ଚଢିବା ଆରମ୍ଭ କରିଥିଲେ।

ସେମାନେ ମନ୍ଦିର ପହଞ୍ଚିବା ପରେ ଭଗବାନଙ୍କୁ ଦର୍ଶନ କରିବା ସହ ପୂଜା ଅର୍ଚ୍ଚନା କରିଥିଲେ। ଏହି ସମୟରେ କୌଣସି ବି ସମୂହ ଏମାନଙ୍କୁ ବିରୋଧ କରିନଥିଲେ। କେବଳ ସମଲିଙ୍ଗୀଙ୍କ ଶାଢୀ ପିନ୍ଧି ଦର୍ଶନକୁ ନେଇ କିଛି ସମୟ ପାଇଁ ବିରୋଧ ଦେଖିବାକୁ ମିଳିଥିଲା। ଯାହା ପରେ ସମାଧାନ ହୋଇଯାଇଥିଲା

କିଛିଦିନ ପୂର୍ବରୁ ସାବିର୍‌ମାଲାରେ ମହିଳା ଭକ୍ତଙ୍କ ପ୍ରବେଶକୁ ନେଇ ଅନେକ ବିରୋଧ କରାଯାଇଥିଲା। ଯାହା ପରେ ସେଠାରେ ପୋଲିସ ମୁତୟନ ସହ ସୁରକ୍ଷା ବ୍ୟବସ୍ଥାକୁ ବି ବଢ଼ାଇ ଦିଆଯାଇଥିଲା।

Comment