ଓଡ଼ିଶାଲାଇଭ୍ ବ୍ୟୁରୋ

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ବୁଧବାର ଛତିଶଗଡ, ରାଜସ୍ଥାନ, ମଧ୍ୟପ୍ରଦେଶ ଫଳାଫଳକୁ ନେଇ ପ୍ରତିକ୍ରିୟା ରଖିଛନ୍ତି। ଶାହ କହିଛନ୍ତି ଏହି ଫଳାଫଳ ୨୦୧୯ ନିର୍ବାଚନ ଉପରେ କୌଣସି ପ୍ରଭାବ ପକାଇବ ନାହିଁ।

ଏହା ସହିତ ସେ କହିଛନ୍ତି ଏଥରର ବିଧାନସଭା ନିର୍ବାଚନ ଫଳାଫଳ ବିଜେପି ସପକ୍ଷରେ ଯାଇନାହିଁ ମାତ୍ର ୨୦୧୯ରେ ବିଜେପି ହିଁ ପୁଣିଥରେ ସରକାର ଗଢ଼ିବ।

ବିଧାନସଭା ନିର୍ବାଚନ ଫଳାଫଳ ବିଜେପି ସପକ୍ଷରେ ନଗଲେ ମଧ୍ୟ ଦୁଃଖ ନଥିବା ଅମିତ କହିଛନ୍ତି। ବିରୋଧୀଙ୍କ ମହାମେଣ୍ଟ ନେଇ ଅମିତ ଶାହା ମତ ରଖିଛନ୍ତି। ଅମିତ କହିଛନ୍ତି ଏହା ବିଜେପି ଉପରେ କୌଣସି ପ୍ରଭାବ ପକାଇବ ନାହିଁ।

ପୂର୍ବାଞ୍ଚଳ ରାଜ୍ୟ ଓଡ଼ିଶା,ପଶ୍ଚିମବଙ୍ଗରେ ବିଜେପି ସରକାର ଗଢ଼ିବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ରାଷ୍ଟ୍ରୀୟ ଅଧ୍ୟକ୍ଷ।

Comment