ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭୁବନେଶ୍ୱର ବିମାନବନ୍ଦରରେ ଖୁବଶୀଘ୍ର ହେବାକୁ ଯାଉଛି କାର୍ଗୋ ବ୍ୟବସ୍ଥା। ଏବେ ଘରେ ବସି ଅନ୍‌ଲାଇନ୍‌ରେ ଜଣେ ବ୍ୟକ୍ତି ତାଙ୍କ ସାମଗ୍ରୀ ବିମାନ ଯୋଗେ ପଠେଇ ପାରିବ। ଏଥିପାଇଁ ଭୁବନେଶ୍ୱର ବିମାନ ବନ୍ଦରରେ ହେବାକୁ ଯାଉଛି ଇଲେକ୍ଟ୍ରୋନିକ୍ସ ଡାଟା ଇଣ୍ଟରଚେଞ୍ଜ ବା ଇଡିଆଇ ବ୍ୟବସ୍ଥା।

ଏହି ଇଲେକ୍ଟ୍ରୋନିକ୍ସ ଡାଟା ଇଣ୍ଟରଚେଞ୍ଜ ବା ଇଡିଆଇ ବ୍ୟବସ୍ଥା ଯୋଗୁଁ ସାମଗ୍ରୀ ପଠାଇବା ସୁବିଧା ହେବ ବୋଲି ଭୁବନେଶ୍ୱର ବିମାନ ବନ୍ଦର ନିର୍ଦ୍ଦେଶକ ସୂଚନା ଦେଇଛନ୍ତି। ଏହି ଇଡିଆଇ ବ୍ୟବସ୍ଥା ପାଇଁ କଷ୍ଟମ ବିଭାଗର ଅନୁମତିକୁ ବିମାନ ବନ୍ଦର କତ୍ତୃପକ୍ଷ ଅପେକ୍ଷା କରିଛନ୍ତି।

ଏବେ ଭୁବନେଶ୍ୱର ବିମାନବନ୍ଦର ପରିସରରେ ଅନ୍ତର୍ଜାତୀୟ କାର୍ଗୋ ଟର୍ମିନାଲ୍ କାର୍ଯ୍ୟକ୍ଷମ ଅଛି। ପ୍ରତ୍ୟେକ ବର୍ଷ ଏଠାରୁ କାର୍ଗୋ ମାଧ୍ୟମରେ ସାମଗ୍ରୀ ପରିବହନ ମଧ୍ୟ ବଢ଼ିବାରେ ଲାଗିଛି। ଆଗାମୀ ଦିନରେ ଭୁବନେଶ୍ୱରକୁ ଏକ କାର୍ଗୋ ହବ୍‌ରେ ପରିଣତ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି।

Comment