ଓଡ଼ିଶାଲାଇଭ୍ ବ୍ୟୁରୋ

ସ୍ଵଦେଶ ଆସି ସୁଷମା ସ୍ଵରାଜଙ୍କୁ ଧନ୍ୟବାଦ ଦେଲେ ହମିଦ।

ସ୍ଵଦେଶ ଫେରିଥିବା ହମିଦ ନିହାଲ ଆଂସାରୀ ବୁଧବାର ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ଵରାଜଙ୍କୁ ଭେଟିଛନ୍ତି। ପାକିସ୍ତାନ ଜେଲରୁ ତାଙ୍କୁ ମୁକୁଲାଇବା କ୍ଷେତ୍ରରେ ସୁଷମାଙ୍କର ଭୂମିକା ଗୁରୁତ୍ଵପୂର୍ଣ୍ଣ ରହିଥିଲା। ସେଥିପାଇଁ ହମିଦ ତାଙ୍କୁ ଧନ୍ୟବାଦ ବି ଜଣାଇଛନ୍ତି।

ସୁଷମାଙ୍କ ସହିତ ତାଙ୍କର ସାକ୍ଷାତ ଏମତି ହୋଇଛି ଯେମିତି ଦୀର୍ଘ ଦିନପରେ ସେ ତାଙ୍କ ମା’ଙ୍କୁ ଦେଖା କରିଛନ୍ତି। ଏହି ମୁହୂର୍ତ୍ତରେ ହମିଦ ଭାବବିହୋଳ ବି ହୋଇଯାଇଥିଲେ।

ଏହି ସମାନ ଦୃଶ୍ୟ ୱାଘା ବର୍ଡରରେ ବି ଦେଖାଯାଇଥିଲା। ଯେତେବେଳେ ହମିଦ ବର୍ଡରରେ ତାଙ୍କ ମା’ଙ୍କୁ ଭେଟିଥିଲେ।

ତେବେ ୬ ବର୍ଷ ପାକିସ୍ଥାନ ଜେଲରେ ରହି ଘରକୁ ବାହୁଡ଼ିଛନ୍ତି। ଦୀର୍ଘ ୬ ବର୍ଷ ପରେ ପୁଅକୁ ପାଖରେ ପାଇ ହମିଦଙ୍କ ବାପା ମା’ ଆତ୍ମହରା ହୋଇପଡ଼ିଛନ୍ତି।

୨୦୧୨ରୁ ନଭେମ୍ବରରେ ହମିଦଙ୍କୁ ପାକିସ୍ତାନର କୋହାଟରୁ ଗିରଫ କରାଯାଇଥିଲା। ହମିଦଙ୍କର ୨୦୧୨ରେ ଜଣେ ମହିଳାଙ୍କ ସହ ସୋସିଆଲ ମିଡିଆରେ ପ୍ରଥମେ ବନ୍ଧୁତ୍ଵ ହୋଇଥିଲା। ତାଙ୍କୁ ଭେଟିବା ପାଇଁ ବେଆଇନ ଭାବେ ପାକିସ୍ତାନରେ ପହଞ୍ଚିଥିଲେ ହମିଦ। ସେ ଆଫଗାନିସ୍ତାନରୁ ପାକିସ୍ତାନକୁ ବେଆଇନ ଭାବେ ପ୍ରବେଶ କରିଥିବାରୁ ତାଙ୍କୁ ଗିରଫ କରାଯାଇଥିଲା। ଗିରଫ ପରେ ତାଙ୍କୁ  ପେଶ୍ଵୱାରର ସେଣ୍ଟ୍ରାଲ ଜେଲରେ ୬ବର୍ଷ ରଖାଯାଇଥିଲା।

Comment