ଓଡ଼ିଶାଲାଇଭ୍ ବ୍ୟୁରୋ

ଆଇଏନ୍‌ଏକ୍ସ ମିଡିଆ ଦୁର୍ନୀତି ମାମଲାରେ ଇଡିରେ ହାଜର ହୋଇଛନ୍ତି ପି ଚିଦାମ୍ବରମ୍।

ଆଇଏନ୍‌ଏକ୍ସ ମିଡିଆ ଦୁର୍ନୀତି ମାମଲାରେ ଇଡି ମୁଖ୍ୟାଳୟରେ ହାଜର ହୋଇଛନ୍ତି ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମ୍। ଅର୍ଥ ହେରଫେର ନେଇ ଚିଦାମ୍ବରମ୍ ଓ ତାଙ୍କ ପୁଅ କାର୍ତ୍ତି ଚିଦାମ୍ବରମ୍‌ଙ୍କ ନାଁରେ ଅଭିଯୋଗ ରହିଛି। ଉଭୟଙ୍କ ବିରୋଧରେ ପ୍ରମାଣଯୋଗ୍ୟ ତଥ୍ୟ ଥିବା ଦାବି କରିଛି ଇଡି।

ତେବେ ଆଇଏନ୍‌ଏକ୍ସର ପୂର୍ବତନ ଚିଫ୍ ଷ୍ଟ୍ରାଟେଜୀ ଅଫିସର ପୀଟର ମୁଖ୍ୟାର୍ଜୀ ଓ ତାଙ୍କ ପତ୍ନୀ ଇନ୍ଦ୍ରାଣୀ ମୁଖାର୍ଜୀଙ୍କ ବୟାନ ଉପରେ ଚିଦାମ୍ବରମ୍‌ଙ୍କୁ ପଚରାଉଚରା କରିବ ଇଡି।

ଆଇଏନଏକ୍ସ ମିଡିଆ ଉପରେ ଆବଶ୍ୟକତାରୁ ଅଧିକ ବିଦେଶୀ ଟଙ୍କା ଆଣିଥିବାର ଅଭିଯୋଗ ରହିଛି।

ପି ଚିଦାମ୍ବରମଙ୍କ ପୁଅ କାର୍ତ୍ତି ଚିଦାମ୍ବରମ୍‌ ୨୦୦୭ରେ ଆଇଏନ୍‌ଏକ୍ସକୁ  ଏଫ୍ଆଇପିବି(ଫରେନ ଇନଭେଷ୍ଟମେଣ୍ଟ ପ୍ରମୋଶନ ବୋର୍ଡ )ର ମଞ୍ଜୁରି ଦେବାପାଇଁ ଟଙ୍କା ଆଣିଥିବା ଅଭିଯୋଗ ହୋଇଥିଲା। । ସିବିଆଇର ଅଭିଯୋଗ ଯେ, ଆଇଏନଏକ୍ସ ମିଡିଆକୁ ମଞ୍ଜୁରି ଦେବା ପାଇଁ  ୩୦୫ କୋଟି ବିଦେଶୀ ଟଙ୍କା ହାସଲ କରାଯାଇଥିଲା। ଏଥିରେ ଅନିୟମିତତା ହୋଇଥିଲା। ଏଫ୍ଆଇପିବିର ମଞ୍ଜୁରି ଦେବାପାଇଁ କାର୍ତ୍ତି ୧୦ ଲକ୍ଷ ଟଙ୍କା ଲାଞ୍ଚ ବି ନେଇଥିଲେ।

ସେହି ସମୟରେ ଚିଦାମ୍ବରମ୍‌ ଅର୍ଥମନ୍ତ୍ରୀ ରହିଥିଲେ। ଏହି ମାମଲାରେ ଦୁର୍ନିତୀରେ ତାଙ୍କର ବି ହାତ ଥିବା ଅଭିଯୋଗ ହୋଇଥିଲା। ସେତେବେଳ ଏହାକୁ ନେଇ ଚିଦାମ୍ବରମ୍‌ଙ୍କୁ ବିରୋଧୀଙ୍କ ସମାଲୋଚନା ଶିକାର ହେବାକୁ ପଡ଼ିଥିଲା। ଏହାକୁ ନେଇ ରାଜନୀତି ଜୋର ଧରିଥିଲା।

ତେବେ ଆଜିର ପଚରାଉଚରା ପରେ ଇଡିର ପରବର୍ତ୍ତୀ ପଦକ୍ଷେପ କ’ଣ ରହିବ ତା’ଉପରେ ସମସ୍ତଙ୍କ ନଜର ରହିଛି।

Comment