ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତୀୟ ମହାକାଶ ଅନୁସନ୍ଧାନ ସଂସ୍ଥା (ଇସ୍ରୋ) ପକ୍ଷରୁ ଜିସାଟ ୭ଏ ସଫଳ ଉତକ୍ଷେପଣ ହୋଇଛି।

ଇସ୍ରୋ ପକ୍ଷରୁ ଜିସାଟ୍ -୭ଏ ଉପଗ୍ରହକୁ ମହାକାଶକୁ ସଫଳ ଉତ୍‌କ୍ଷେପଣ କରାଯାଇଛି। ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତିଶ ଧୱନ ଅନ୍ତରୀକ୍ଷ କେନ୍ଦ୍ରରୁ ଜିଏସଏଲଭି ଏଫ-୧୧ ରକେଟ ମାଧ୍ୟମରେ ଏହାକୁ ଉତ୍‌କ୍ଷେପଣ କରାଯାଇଛି।

ତେବେ ଏହି ଉପଗ୍ରହ ଭାରତୀୟ ବାୟୁସେନାକୁ ସୁଦୃଢ଼ କରିବ। ଏହି ଉପଗ୍ରହ ବାୟୁସେନାର ବିଭିନ୍ନ ବିମାନ ଘାଟି, ରାଡାର ଷ୍ଟେସନ ଓ ଏୟାରବର୍ଣ୍ଣ ୱର୍ଣ୍ଣିଂ ସିଷ୍ଟମ ସହ ଯୋଗାଯୋଗ କରିବ। ଏଥିସହ ଏହା ଡ୍ରୋନ ଅପରେସନରେ ମଧ୍ୟ ସାହାଯ୍ୟ କରିବ।

ଏହି ଉପଗ୍ରହକୁ ପ୍ରସ୍ତୁତ କରିବାରେ ପାଖାପାଖି ୫୦୦ରୁ ୮୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଏହାର ଓଜନ ୨୨୫୦ କିଲୋଗ୍ରାମ ରହିଛି।

Comment