ଓଡ଼ିଶାଲାଇଭ୍ ବ୍ୟୁରୋ

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆନନ୍ଦପୁର ବ୍ୟାରେଜ ଡିଭିଜନର ସହକାରୀ ଯନ୍ତ୍ରୀ ନନ୍ଦ କିଶୋର ସାହୁଙ୍କ ଘରେ ବୁଧବାର ଭିଜିଲାନ୍ସ ପକ୍ଷରୁ ଚଢା଼ଉ କରାଯାଇଛି

ଭିଜିଲାନ୍ସର ବିଭିନ୍ନ ଟିମ୍ ଏକାସାଙ୍ଗରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରୁଛନ୍ତି। କେନ୍ଦୁଝର ସ୍ଥିତ ବାସଭବନ, ଆନନ୍ଦପୁର ଶାଳପଡ଼ା ସ୍ଥିତ ସରକାରୀ ବାସଭବନ, କାର୍ଯ୍ୟାଳୟ ଓ ତାଙ୍କ ପୈତୃକ ବାସଭବନରେ ଏକକାଳୀନ ଚଢ଼ାଉ କରାଯାଉଛି।

୪ଟିମ୍ ବୁଧବାର ସକାଳଠୁ ଚଢ଼ାଉ ଜାରି ରଖିଥିବା ବେଳେ କେତେ ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି ନନ୍ଦ କିଶୋର ରଖିଛନ୍ତି ତାହା ପରବର୍ତ୍ତି ସମୟରେ ସ୍ପଷ୍ଟ ହୋଇପାରିବ।

Comment