ଓଡ଼ିଶାଲାଇଭ୍ ବ୍ୟୁରୋ

ପ୍ରକାଶ ପାଇଛି ଓଡ଼ିଶା ପ୍ରଶାସନିକ ସେବା ଓଏଏସ୍ ପରୀକ୍ଷା ଫଳ। ଓଡ଼ିଶା ଲୋକସେବା ଆୟୋଗ ଓପିଏସ୍‌ସି ପକ୍ଷରୁ ୨୦୧୭ବର୍ଷ ଲାଗି ହୋଇଥିବା ଏହି ପରୀକ୍ଷା ରେଜଲ୍ଟ ବୁଧବାର ପ୍ରକାଶ ପାଇଛି।

ପରୀକ୍ଷାରେ ୧୦୬ଜଣ ଛାତ୍ରଛାତ୍ରୀ ଓପିଏସ୍‌ସି ପକ୍ଷରୁ ହୋଇଥିବା ପରୀକ୍ଷାରେ ଉତ୍ତିର୍ଣ୍ଣ ହୋଇଛନ୍ତି। ଡିସେମ୍ବର ୩ରୁ ୧୨ପର୍ଯ୍ୟନ୍ତ ଏହି ଓପିଏସ୍‌ସି ଲାଗି ମୌଖିକ ପରୀକ୍ଷା ହୋଇଥିଲା।

ଏହି ପରୀକ୍ଷାରେ ଆୟୁଷୀ ମହାପାତ୍ର ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ସଞ୍ଚିତା ମହାପାତ୍ର ଦ୍ବିତୀୟ ଓ ପୁନମ୍ ମହାପାତ୍ର ତୃତୀୟ ସ୍ଥାନରେ ରହିଛନ୍ତି। ପ୍ରଥମ ୧୦ଜଣଙ୍କ ମଧ୍ୟରେ ୫ଜଣ ମହିଳା ଅଛନ୍ତି। ମୋଟ ୧୦୬ଙ୍କ ମଧ୍ୟରେ ୪୧ଜଣ ମହିଳା ଅଛନ୍ତି।

ଓପିଏସ୍‌ସିର ୱେବସାଇଟ୍ opsc.gov.inରେ ଏହି ପରୀକ୍ଷାଫଳ ପ୍ରକାଶ ପାଇଛି। ଯେଉଁମାନେ ଏହି ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି ସେମାନେ ସେମାନଙ୍କର ପ୍ରତିକ୍ରିୟା ରଖିଛନ୍ତି।

Comment