ଓଡ଼ିଶାଲାଇଭ୍ ବ୍ୟୁରୋ

ଜାନୁଆରୀ ୧୯ ପର୍ଯ୍ୟନ୍ତ ଲାଲୁ ଯାଦବଙ୍କୁ ଜାମିନ ଦେଲେ ଦିଲ୍ଲୀ କୋର୍ଟ।  

ବହୁ ଚର୍ଚ୍ଚିତ ରେଲୱେ ଟେଣ୍ଡର ଦୁର୍ନୀତି ମାମଲାରେ ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କୁ ଗୁରୁବାର ଜାମିନ ମିଳିଛି। ସିବିଆଇ ଓ ଇଡି ପକ୍ଷରୁ ଦିଆଯାଇଥିବା ଦୁଇଟି ମାମଲାରେ ଦିଲ୍ଲୀର ପଟିଆଲା ହାଉସ୍ କୋର୍ଟ ତାଙ୍କୁ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିଛନ୍ତି। ଏହି ଜାମିନ ଅବଧି ଜାନୁଆରୀ ୧୯ ପର୍ଯ୍ୟନ୍ତ ରହିଛି।

ସ୍ଵତନ୍ତ୍ର ଜଜ୍ ଅରୁଣ ଭରଦ୍ଵାଜ ରାଞ୍ଚି ଜେଲରୁ ଭିଡିଓ କନଫରେନ୍ସି ଜରିଆରେ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି। ଚାରା ଘୋଟାଲା ମାମଲାରେ ଜେଲରେ ଥିବା ଲାଲୁ ଅସୁସ୍ଥ କାରଣରୁ କୋର୍ଟରେ ହାଜର ହୋଇପାରିନଥିଲେ। ସେଥିପାଇଁ ସେ ଭିଡିଓ କନଫରେନ୍ସି ଜରିଆରେ କୋର୍ଟରେ ହାଜର ହୋଇଥିଲେ।

ଲାଲୁ ଯାଦବ ରେଳମନ୍ତ୍ରୀ ଥିବା ସମୟରେ ଆଇଆରସିଟିସି ପରିଚାଳନା ଦାୟିତ୍ଵ ଦୁଇଟି ବେସରକାରୀ ସଂସ୍ଥାକୁ ବିନା କଣ୍ଟ୍ରାକ୍ଟରେ ଦେଇଥିଲେ। ଏନେଇ ତାଙ୍କ ନାଁରେ ସବିଆଇ ଓ ଇଡି ପକ୍ଷରୁ ଅପରାଧିକ, ଦୁର୍ନିତୀ ମାମଲା ରୁଜୁ କରାଯାଇଥିଲା।

Comment