ଓଡ଼ିଶାଲାଇଭ୍‌ ବ୍ୟୁରୋ

୪୦୦ରୁ ୬୦୦ଟଙ୍କାରେ ବୁଲିପାରିବେ ଗୋଆ। ପର୍ଯ୍ୟଟକଙ୍କ ପାଇଁ ଆଇଆରସିଟିସି ଆଣିଛି ନୂଆ ଅଫର।

ଆଗକୁ ଆସୁଛି ନୂଆ ବର୍ଷ। ଲୋକଙ୍କ ମଧ୍ୟରେ ନୂଆବର୍ଷ ପାଳନ ପାଇଁ ଏବେଠୁ ଦେଖିବାକୁ ମିଳିଲାଣି କ୍ରେଜ। ଏଭଳି ସମୟରେ ବିଭିନ୍ନ ସଂସ୍ଥା ପକ୍ଷରୁ ଲୋକଙ୍କ ପାଇଁ ମନଲୋଭା ପ୍ୟାକେଜର ମଧ୍ୟ ଘୋଷଣା କରାଯାଉଛି। ଆଇଆରସିଟିସି ପକ୍ଷରୁ ଏଭଳି ଏକ ଅଫର ଘୋଷଣା କରାଯାଇଛି ଯେଉଁଥିରେ ମାତ୍ର  ୬୦୦ ଟଙ୍କାରେ ପର୍ଯ୍ୟଟକ ଗୋଆ ବୁଲିପାରିବେ।

ଆଇଆରସିଟିସି ପକ୍ଷରୁ ‘ହପ୍ ଅନ ହପ୍ ଅଫ୍ ଗୋଆ ବାଏ ବସ୍’ ପ୍ୟାକେଜ୍‌ର ଘୋଷଣା କରାଯାଇଛି। ଏହି ପ୍ୟାକେଜ୍‌ ଅନୁଯାୟୀ ପର୍ଯ୍ୟଟକ ଉତ୍ତର ଓ ଦକ୍ଷିଣ ଗୋଆ ବୁଲିବାର ଫାଇଦା ଉଠାଇପାରିବେ। ଗୋଟିଏ ଦିନର ଏହି ପ୍ୟାକେଜ୍‌ରେ ପର୍ଯ୍ୟଟକ ସକାଳ ୯ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଗୋଆର ବିଭିନ୍ନ ଦର୍ଶନୀୟ ସ୍ଥାନ ବୁଲିବା ସହ ସୌନ୍ଦର୍ଯ୍ୟର ମଜା ନେଇପାରିବେ।

ଏହି ପ୍ୟାକେଜ୍‌ରେ ୩ଟି ବିକଳ୍ପ ରହିଛି। ଉତ୍ତର ଗୋଆ ଓ ଦକ୍ଷିଣ ଗୋଆ ବୁଲିବା ପାଇଁ ପ୍ରତ୍ୟେକ ବ୍ୟକ୍ତିଙ୍କୁ ୪୦୦ ଟଙ୍କା ଲେଖାଏଁ ଖର୍ଚ୍ଚ କରିବାକୁ ଥିବା ବେଳେ ଉଭୟ ଉତ୍ତର-ଦକ୍ଷିଣ ଗୋଆ ଟୁର ପାଇଁ ୬୦୦ ଟଙ୍କାର ପ୍ୟାକେଜ୍‌ ରହିଛି।

ଟୁର ପ୍ୟାକେଜ୍‌ରେ ବିଭିନ୍ନ ଦର୍ଶନୀୟ ସ୍ଥାନ ଯେପରିକି ସାଉଥ ସେଣ୍ଟ୍ରାଲ ଗୋଆ, ଗୋଆ ସାଇନ୍ସ ମ୍ୟୁଜିୟମ, ମୀରାମର ବିଚ୍, କଳା ଏକାଡେମୀ, ଭଗବାନ ମହାବୀର ବଗିଚା, ପମଜୀ ବଜାର, କେସିନୋ ପଏଣ୍ଟ ରେ ବୁଲିବା ସହ ମଜା ନେଇପାରିବେ ପର୍ଯ୍ୟଟକ।

ସେହିଭଳି ସାଉଥ ଗୋଆ ଟୁର୍ ପ୍ୟାକେଜରେ ଅଗୋଡା ଦୁର୍ଗ, କଣ୍ଡୋଲିମ ବିଚ୍, ସେଣ୍ଟ ଏଣ୍ଟନି ଚେପଲ, ସେଣ୍ଟ ଏଲେକ୍ସ ଚର୍ଚ୍ଚ, ବାଗା ବିଚ୍, ଅଞ୍ଜନା ବିଚ୍, ବାଗତୋର ବିଚ୍, ଚୋପାରା ଦୁର୍ଗ ବୁଲିପାରିବେ। ଆଇଆରସିଟିସି ୱେବସାଇଟକୁ ଯାଇ ଏହି ପ୍ୟାକେଜର ବୁକିଂ କରିପାରିବେ ପର୍ଯ୍ୟଟକ।

Comment