ଓଡ଼ିଶାଲାଇଭ୍ ବ୍ୟୁରୋ

ସୁନ୍ଦରଗଡରେ ପୁଣି ଦନ୍ତା ହାତୀ ଆତଙ୍କ। ଦନ୍ତା ଆକ୍ରମଣରେ ବୁଧବାର ବିଳମ୍ବିତ ରାତିରେ ଜଣେ ବୃଦ୍ଧଙ୍କର ମୃତ୍ୟୁ ହୋଇଛି। ବୃଦ୍ଧ ଜଣଙ୍କ ଜବଳଡିହି ଗାଁର ୬୫ବର୍ଷିୟ ହେଜେ ପେରାଇ।  ବୃଦ୍ଧ ଜଣଙ୍କ ଘରେ ଶୋଇଥିବା ବେଳେ ଘରୁ ଟାଣିଆଣି ଦନ୍ତା ଆକ୍ରମଣ କରିଥିଲା। ଘଟଣାସ୍ଥଳରେ ହିଁ ବୃଦ୍ଧଙ୍କର ମୃତ୍ୟୁ ହୋଇଛି।

ଏହାସହିତ ଜବଳଡିହି ଗାଁରେ ଅନେକ ଘର ଭାଙ୍ଗିବା ସହ ଫସଲ ମଧ୍ୟ ନଷ୍ଟ କରିଛି। ଦନ୍ତା ଆକ୍ରମଣକୁ ନେଇ ସ୍ଥାନୀୟ ଅଞ୍ଚଳରେ ଲୋକମାନେ ଆତଙ୍କିତ ଅଛନ୍ତି।

ଗତକିଛି ମାସ ତଳେ ଉକ୍ତ ଗାଁରେ ହାତୀପଲ ପଶି ଅନେକ କ୍ଷତି କରିଥିଲେ। ବନବିଭାଗ ହାତୀପଲଙ୍କୁ ଘଉଡ଼ାଇଥିଲେ ମଧ୍ୟ ଗୋଟିଏ ହାତୀ ରହିଯାଇଥିଲା। ଯାହା ଏବେ ଗାଁ ଲୋକଙ୍କ ପାଇଁ ସମସ୍ୟା ବଢ଼ାଇଛି। ଦନ୍ତାକୁ ଘଉଡ଼ାଇବା ଲାଗି ଗାଁ ଲୋକେ ବନବିଭାଗ ପାଖରେ ଦାବି କରିଛନ୍ତି।

Comment