ଓଡ଼ିଶାଲାଇଭ୍‌ ବ୍ୟୁରୋ

୨୦ ଟି ପେନ୍‌ଡ୍ରାଇଭ ସହ ପାରାଦୀପ କୋଷ୍ଟଗାର୍ଡ କ୍ୟାମ୍ପସ ଭିତରୁ ସନ୍ଦିଗ୍ଧ ଯୁବକଙ୍କୁ ଅଟକ ରଖାଯାଇଛି।

ପାରାଦୀପ କୋଷ୍ଟଗାର୍ଡ କ୍ୟାମ୍ପସ ଭିତରୁ ବୁଧବାର ସନ୍ଧ୍ୟାରେ ଜଣେ ସନ୍ଦିଗ୍ଧ ଯୁବକଙ୍କୁ ଅଟକ ରଖାଯାଇଛି। ଯୁବକ ଜଣକ ଉତ୍ତରପ୍ରଦେଶର ମୁଜାଫରପୁରନଗର ମହମ୍ମଦ ସାହବାଜ ବୋଲି ଜଣାପଡ଼ିଛି। ଯୁବକ ଜଣକ ନିଜକୁ ଜ୍ୟାକେଟ୍‌ ବେପାରୀ ବୋଲି ପରିଚୟ ଦେଉଥିବାବେଳେ ତା ନିକଟରୁ ୨୦ଟି ପେନ୍‌ଡ୍ରାଇଭ ଜବତ କରାଯାଇଛି। ଆତଙ୍କବାଦୀ ସନ୍ଦେହକୁ ନେଇ ପୋଲିସ ପଚରାଉଚରା ଜାରି ରଖିଛି।

ବୁଧବାର ସନ୍ଧ୍ୟାରେ ଜଣେ ଜ୍ୟାକେଟ୍‌ ବ୍ୟବସାୟୀର ପରିଚୟ ଦେଇ ମହମ୍ମଦ ସାହାବାଜ କୋଷ୍ଟଗାର୍ଡ କ୍ୟାମ୍ପସ୍‌ ଭିତରକୁ ପଶିଥିଲା। ସୁରକ୍ଷାକର୍ମୀମାନେ ଜାଞ୍ଚ୍‌ କରିବାରୁ ତା ନିକଟରୁ କିଛି ଜ୍ୟାକେଟ୍‌ ସହ ୨୦ ଟି ପେନ୍‌ଡ୍ରାଇଭ  ମିଳିଛି।

ଏହା ପଛରେ ଆତଙ୍କବାଦୀ କାର୍ଯ୍ୟାକଳାପ ଥାଇପାରେ ବୋଲି ସନ୍ଦେହ କରାଯାଉଛି। ସୁରକ୍ଷାକର୍ମୀମାନେ ସନ୍ଦିଗ୍ଧ ଯୁବକଙ୍କୁ ପାରାଦୀପ ଥାନା ପୋଲିସକୁ ହସ୍ତାନ୍ତର କରିବାପରେ ପୋଲିସ୍‌ ମହମ୍ମଦ ସାହାବାଜଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛି।

Comment