ଓଡ଼ିଶାଲାଇଭ୍ ବ୍ୟୁରୋ

୨୦୧୯ ଲୋକସଭା ନିର୍ବାଚନକୁ ନେଇ ବିହାର ରାଜନୀତି ସରଗରମ ହୋଇଉଠିଛି। ବିରୋଧୀଙ୍କ ମହାମେଣ୍ଟ ସମ୍ଭାବନା ଧୀରେଧୀରେ ମଜବୁତ ହେବାରେ ଲାଗିଛି। ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିଜେପି ସହଯୋଗୀ ଥିବା ଆରଏଲଏସପିର ମୁଖ୍ୟ ଉପେନ୍ଦ୍ର କୁଶୱାହା ବିରୋଧୀଙ୍କ ମହାମେଣ୍ଟରେ ଗୁରୁବାର ସାମିଲ ହୋଇଛନ୍ତି।

ଦିଲ୍ଲୀରେ କଂଗ୍ରେସ, ଆରଜେଡି ଏବଂ ଲୋକ ଜନଶକ୍ତି ଦଳର ନେତାଙ୍କ ଉପସ୍ଥିତିରେ ସାମିଲ ହୋଇଛନ୍ତି ଉପେନ୍ଦ୍ର କୁଶୱାହା। ମହାମେଣ୍ଟରେ ଯୋଗଦେବା ନେଇ କଂଗ୍ରେସର ବରିଷ୍ଠ ନେତା ଅହମ୍ମଦ ପଟେଲ ଘୋଷଣା କରିଥିଲେ। ଏହି ସମୟରେ ଆରଜେଡି ନେତା ତେଜସ୍ୱୀ ଯାଦବ ଦଳର ନୁହେଁ ହୃହୟର ଗଠବନ୍ଧନ ବୋଲି କହିଥିଲେ। ମହାମେଣ୍ଟ  ଗଠନ ପଛରେ ବିହାରର ଭୂମିକା ଗୁରୁତ୍ୱପୂର୍ଣ୍ଣ। ତିନୋଟି ଲୋକସଭା ନିର୍ବାଚନରେ ବିଜୟ ଲାଭ କରି ସରକାର ଗଠନ କରିଥିବା କଂଗ୍ରେସ ପାଇଁ ଏକ ଭଲ ପ୍ରଦର୍ଶନ ପାଇଁ ସୁଯୋଗ ରହିଛି।

କୁଶୱାହା କହିଛନ୍ତି, ” ଏନଡିଏରେ ମୋତେ ଅପମାନ ଦିଆଯାଉଥିଲା। ଏନଡିଏ ଛଡ଼ା ମୋ ପାଇଁ ବହୁତ କିଛି ରାସ୍ତା ଥିଲା କିନ୍ତୁ ରାହୁଲ ଓ ଲାଲୁଙ୍କ ଉଦାରତାରେ ମୁଁ ପ୍ରଭାବିତ ହୋଇଥିଲି।”

ନୀତିଶ ମୋତେ ନୀଚ ଜାତି କହି ଅପମାନ କରିଥିଲେ ବୋଲି କୁଶୱାହା କହିଥିଲେ।

ବିହାରର ଆସନ ବୁଝାମଣା ସ୍ପଷ୍ଟ!

ବିହାର ଲୋକସଭା ନିର୍ବାଚନ ପାଇଁ ଖୁବଶୀଘ୍ର ମହାମେଣ୍ଟର ବୈଠକ ବସିବ । ସୂତ୍ର ଅନୁସାରେ ୪୦ ଲୋକସଭା ଆସନରେ କଂଗ୍ରେସ ୮ରୁ ୧୨ ସିଟ୍, ଆରଜେଡି ୧୮ରୁ ୨୦, ଆରଏଲଏସପି ୪ରୁ ୫ ଏବଂ ସିପିଏମ-ସିପିଆଇକୁ ଦୁଇଟି ସିଟ୍ ମିଳିପାରେ। ଏହାଛଡ଼ା ଶରଦ ଯାଦବଙ୍କ ଦଳ ଏଲଜେଡିକୁ ୨ଟି ଆସନ ମିଳିପାରେ ।

LEAVE A REPLY

Please enter your comment!
Please enter your name here