ଓଡ଼ିଶାଲାଇଭ୍ ବ୍ୟୁରୋ

ପାକିସ୍ତାନ ଜେଲରୁ ଫେରିବା ପରେ ଫେସବୁକ୍ରେ ପ୍ରେମରେ ନପଡ଼ିବାକୁ ଯୁବପିଢ଼ିଙ୍କୁ ପରାମର୍ଶ ଦେଇଛନ୍ତି ହମିଦ ନିହାଲ ଆଂସାରୀ।

“ଫେସବୁକ୍ ପ୍ରେମ ବଡ଼ ବିପଦ। ଫେସବୁକ୍‌ରେ ଭରସା କରି ପ୍ରେମରେ ପଡ଼ନାହିଁ”, ପାକିସ୍ତାନ ଜେଲରେ ଦୀର୍ଘ ୬ ବର୍ଷ ଅତିବାହିତ କରି ଭାରତ ଫେରିଥିବା ହମିଦ ନିହାଲ ଆଂସାରୀ ଯୁବପିଢ଼ିକୁ ଏହି ବାର୍ତ୍ତା ଦେଇଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ବାପା, ମା’ଙ୍କୁ କିଛି ଲୁଚାନ୍ତୁ ନାହିଁ। ସୁବିଧା ଅସୁବିଧାରେ ବାପା, ମା’ ହିଁ ସାଙ୍ଗରେ ଥାଆନ୍ତି।

ଫେସବୁକ୍‌ରେ ପ୍ରେମରେ ପଡ଼ି ତାଙ୍କୁ ବିନା ଭୁଲରେ ୬ ବର୍ଷ ପାକିସ୍ତାନ ଜେଲରେ ରହିବାକୁ ପଡ଼ିଥିଲା। ସେଠାରେ ପାକ୍ ଗୁଇନ୍ଦା ସଂସ୍ଥାର ନିର୍ଯାତନାର ଶିକାର ହେବାକୁ ପଡ଼ିଥିଲା। ଏମତିକି ତାଙ୍କ ଆଖିରେ ବି ଆଘାତ ଲାଗିଥିଲା।

୨୦୧୨ ନଭେମ୍ବରରେ ଆଂସାରୀ ଭାରତ ଛାଡ଼ିଥିଲେ। ଫେସବୁକ୍ ଜରିଆରେ ବନ୍ଧୁ ହୋଇଥିବା ଜଣେ ମହିଳାଙ୍କୁ ସେ ଭେଟିବାକୁ ନକଲି ପରିଚୟ ପତ୍ରରେ ପାକିସ୍ତାନ ଯାଇଥିଲେ। ସେଠାରେ ପାକିସ୍ତାନ ଗୁଇନ୍ଦା ସଂସ୍ଥା ହାତରେ ଧରାପଡ଼ିଥଲେ। ତାଙ୍କ ବିରୋଧରେ ଗୁଇନ୍ଦାଗିରି ଅଭିଯୋଗ ହୋଇଥିଲା।

୬ ବର୍ଷ ପାକିସ୍ତାନ ଜେଲରେ ରହିବା ପରେ ସେ ଡିସେମ୍ବର ୧୮ରେ ଭାରତ ଫେରିଥିଲେ। ଭାରତ ଫେରିବା ପରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ଵରାଜଙ୍କୁ ଭେଟି ଧନ୍ୟବାଦ ଜଣାଇଥିଲେ।

Comment