ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଅନେକ ଦିନରୁ ଲୋକଙ୍କୁ ଶାହାରୁଖ୍ ଖାନ୍‌ଙ୍କ  ଫିଲ୍ମ ‘ଜିରୋ’ ପାଇଁ ଅପେକ୍ଷା ଥିଲା। ଶୁକ୍ରବାର ରିଲିଜ୍‌ ହୋଇଛି ଫିଲ୍ମ ‘ଜିରୋ’। ମାତ୍ର ଏହା ଆଉ କିଛି କାରଣ ପାଇଁ ବି ଖାସ୍‌ କାରଣ ଏହି ଫିଲ୍ମରେ କ୍ୟାଟ୍ରିନାଙ୍କ ଲାଇଫରେ ଘଟିଥିବା କିଛି ଘଟଣା ବି ରହିଛି ଯାହା ଆପଣ ଜାଣିପାରିବେ।­

ଆଜ୍ଞା ହଁ ଫିଲ୍ମ ‘ଜିରୋ’ରେ କ୍ୟାଟ୍ରିନା କୈଫ୍‌ ନିଭାଉଥିବା ଚରିତ୍ର ତାଙ୍କ ବ୍ୟକ୍ତିଗତ ଜୀବନ ସହ କିଛି ମାତ୍ରାରେ ଜଡ଼ିତ।  ରିପୋର୍ଟ୍ ଅନୁସାରେ କ୍ୟାଟ୍ରିନା କୈଫ୍‌ ନିଭାଉଥିବା ଏହି ରୋଲ ତାଙ୍କ ଲାଇଫର ସେହି ସମୟ ସହିତ ଆଧାରିତ ଯେତେବେଳେ ସେ ଏକ ରିଲେସନସିପ୍‌ ଭାଙ୍ଗିବା ପରେ ନିଜେ ନିଜକୁ ସମ୍ଭାଳିବା ପାଇଁ ଚେଷ୍ଟା କରୁଥିଲେ।

ଫିଲ୍ମରେ ଶାହାରୁଖ ଖାନ୍‌ ବାମନ ଭୂମିକାରେ ଥିବା ବେଳେ ଅନୁଷ୍କା ଏକ ବୈଜ୍ଞାନିକ ଓ କ୍ୟାଟ୍ରିନା ନିଶାରୁ ଦୂରେଇବାକୁ ଚେଷ୍ଟା କରୁଥିବା ନଜର ଆସିଛନ୍ତି। କୁହାଯାଉଛି ଏହା ତାଙ୍କ ବ୍ୟକ୍ତିଗତ ଜୀବନରେ ମଧ୍ୟ ହୋଇଛି। ଏହା ସହିତ ଫିଲ୍ମରେ କ୍ୟାଟ୍ରିନା ଏକ ସିନେ ଷ୍ଟାର ଭୂମିକାରେ ମଧ୍ୟ ନଜର ଆସିଛନ୍ତି। ଯେଉଁଥିରେ ସେ ନିଶା ଓ ଡିପ୍ରସନ୍‌ରେ ଥିବା ଦେଖିବାକୁ ମିଳିଛି।

କୁହାଯାଉଛି ରଣବୀର କପୁରଙ୍କ ସହ କ୍ୟାଟ୍ରିନାଙ୍କ ବ୍ରେକଅପ୍‌ ହେବା ପରେ ତାଙ୍କ ଜୀବନରେ ବି ଏମିତି କିଛି ଘଟିଥିଲା। ଫିଲ୍ମର ଏକ ଗୀତ ବି ହିଟ୍‌ ହୋଇଛି ଯାହାର ଟାଇଟଲ୍ ରହିଛି ‘ହୀର ବଦନାମ୍‌’। ଏହି ଗୀତରେ କ୍ୟାଟ୍‌ଙ୍କ ସହ ଅଭୟ ଦ୍ୱେୱାଲ ଅଭିନୟ କରିଛନ୍ତି। ଫିଲ୍ମର ସଫଳତାକୁ ନେଇ ପୂରା ଟିମ୍‌ ଆଶାବାଦୀ ଅଛନ୍ତି।

Comment