ଓଡ଼ିଶଲାଇଭ୍ ବ୍ୟୁରୋ

ସୋହାରୁବୁଦ୍ଦିନ ଏବଂ ତୁଲ୍‌ସୀରାମ୍‌ ଏନକାଉଣ୍ଟର ମାମଲାରେ ସମସ୍ତ ୨୨ଜଣ ଅଭିଯୁକ୍ତଙ୍କୁ ଶୁକ୍ରବାର ନିର୍ଦ୍ଦୋଷରେ ଖଲାସ କରାଯାଇଛି। ମୁମ୍ବାଇର ଏକ କୋର୍ଟ ଏମାନଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। କୋର୍ଟ କହିଛନ୍ତି ଦିଆଯାଇଥିବା ସମସ୍ତ ତଥ୍ୟ, ପ୍ରମାଣ, ସାକ୍ଷ୍ୟ, ସନ୍ତୋଷଜନକ ନଥିଲା। ସିବିଆଇ ଜଜ୍‌ଙ୍କ କହିବା କଥା ପ୍ରମାଣ ଯୁକ୍ତିଯୁକ୍ତ ନଥିଲା ଯେଉଁଥିଲାଗି ସେମାନଙ୍କୁ ନିର୍ଦ୍ଦୋଷରେ ଖଲାସ କରାଗଲା।

୨୦୦୫ ମସିହାରେ ଏହି ଘଟଣା। ସୋହାରିବୁଦ୍ଦିନ୍‌ ଲସ୍କର ଇ ତୋଏବା ସହିତ ଲିଙ୍କରେ ଥିଲା। ଏହାସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତଥା ତତ୍କାଳୀନ ଗୁଜୁରାଟ ମୁଖ୍ୟମନ୍ତ୍ରୀ ଥିବା ନରେନ୍ଦ୍ର ମୋଦିଙ୍କୁ ହତ୍ୟା କରିବା ଲାଗି ଯୋଜନା କରୁଥିବା ପୋଲିସ ପାଖରେ ସୂଚନା ଥିଲା। ଏହା ପରେ ୨୦୦୫ ନଭେମ୍ବର ୨୨ରେ ଏକ ବସ୍‌ରୁ ସୋହରାବୁଦ୍ଦିନ୍‌ ଓ ତାଙ୍କ ପତ୍ନୀ କୌସର ବି ହଠାତ୍ ଗାୟବ ହୋଇଯାଇଥିଲେ।

ଏହାର କିଛିଦିନ ପରେ ସୋହରାବୁଦ୍ଦିନ୍‌ଙ୍କୁ ହତ୍ୟା କରାଯାଇଥିଲା ଓ ତାଙ୍କ ପତ୍ନୀ କୌସର ବି ଙ୍କର କୌଣସି ସୂଚନା ମିଳିପାରିନଥିଲା। ସେତେବେଳେ ସିବିଆଇ ଅଭିଯୋଗ ଆଣିଥିଲା ଯେ ବନସ୍‌କଣ୍ଠା ଜିଲ୍ଲାରେ ତାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଛି।

ସେବେଠୁ ମାମଲାର ତଦନ୍ତ ସିବିଆଇ କରୁଥିଲା। ରାଜନୈତିକ ଓ ଅର୍ଥନୈତିକ କାରଣ ଯୋଗୁଁ ଏମାନଙ୍କୁ ହତ୍ୟା କରାଯାଇଥିବା ସିବିଆଇ କହିଆସୁଥିଲା। ଏ ନେଇ ଅନେକ ଲୋକଙ୍କ ନାଁରେ ମାମଲା ମଧ୍ୟ ରୁଜୁ ହେଲା। ଯେଉଁମାନଙ୍କ ସେମାନଙ୍କ ମଧ୍ୟରେ ବର୍ତ୍ତମାନର ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ନାଁ ବି ଥିଲା। ୨୦୧୪ରେ ଅମିତ ଶାହଙ୍କୁ ନିର୍ଦ୍ଦୋଷ ବୋଲି କୁହାଯାଇଥିଲା। ୨୦୦୫ରେ ଅମିତ ଶାହ ଗୁଜୁରାଟର ଗୃହମନ୍ତ୍ରୀ ଥିଲେ।

। ୨୦୧୪ରେ ଅମିତ ଶାହଙ୍କୁ ନିର୍ଦ୍ଦୋଷ ବୋଲି କୁହାଯାଇଥିଲା। ୨୦୦୫ରେ ଅମିତ ଶାହ ଗୁଜୁରାଟର ଗୃହମନ୍ତ୍ରୀ ଥିଲେ।

Comment