ଓଡ଼ିଶାଲାଇଭ୍‌ ବ୍ୟୁରୋ

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ ପୁଣି ବିବାହ କରିପାରନ୍ତି। ଜୀବନସାଥୀଙ୍କ ନାଁ ପ୍ରକାଶ କରିନାହାଁନ୍ତି ପୁତିନ।

ପୁଣି ବିବାହ କରିବେ ରୁଷ ରାଷ୍ଟ୍ରପତି। ରାଷ୍ଟ୍ରପତି ଭ୍ଲାଦିମିର ପୁତିନ ଖୁବଶୀଘ୍ର ପୁଣି ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ପୁତିନ ନିଜେ ଏହି ବିହାହର ସୂଚନା ଦେଇଛନ୍ତି କିନ୍ତୁ ଜୀବନସାଥୀଙ୍କ ନାଁ ପ୍ରକାଶ କରିନାହାଁନ୍ତି।

ସାଧାରଣରେ ବ୍ୟକ୍ତିଗତ ଓ ପାରିବାରିକ ବିଷୟକୁ ଗୋପନୀୟ ରଖୁଥିବା ୬୬ ବର୍ଷୀୟ ଭ୍ଲାଦିମିର ଏକ ପ୍ରେସ କନଫେରେନ୍ସରେ ସାମ୍ବାଦିକ ବିବାହର ପଚାରିଥିବା ପ୍ରଶ୍ନର ଉତ୍ତରରେ ପୁତିନ ଏହି ସୂଚନା ଦେଇଛନ୍ତି। ପୁତିନ ୧୯୮୩ରେ ଲୁଉଡ଼ାମିଆଙ୍କୁ ବିବାହ କରିଥିଲେ କିନ୍ତୁ ୨୦୧୩ ମସିହାରେ ଦୁହେଁ ଦୁହିଁଙ୍କୁ  ଛାଡ଼ପତ୍ର ଦେଇଛନ୍ତି ।

ପୁତିନଙ୍କ ଦୁଇ ଝିଅ କ୍ୟାଟରିନା ଓ ମାରିଆ ପ୍ରାୟ ୩୦ ବର୍ଷ ହୋଇଥିବା ବେଳେ ଦୁହେଁ ରାଜନୀତିଠାରୁ ଦୂରରେ ରହୁଛନ୍ତି। ଲିଉଡ଼ାମିଆଙ୍କ ସହ ଛାଡ଼ପତ୍ର ପରେ ପୁତିନଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଅନେକ ପ୍ରଶ୍ନ ଉଠିଆସୁଛି। କିଛି ଦିନ ପୂର୍ବରୁ ହିଁ ଜଣେ ଋଷି ଖବରକାଗଜ ପୁତିନ ଓ ଅଲମ୍ପିକ୍ସ ପାରଙ୍ଗମ ଏଲିନା କାଭାଏବାଙ୍କ ସହ ରିଲେସନସିପର ରିପୋର୍ଟ ଦେଇଥିଲେ। ଯାହାକୁ ପୁତିନ ଖାରଜ କରିଦେଇଥିଲେ।

Comment