ଓଡ଼ିଶାଲାଇଭ୍ ବ୍ୟୁରୋ

ଆସନ୍ତା ଜାନୁଆରୀ ୬ରୁ ୧୪ତାରିଖ ପର୍ଯ୍ୟନ୍ତ ଭିତରକନିକା ବନ୍ଦ ରହିବ। ଏହି ୯ଦିନ ଭିତରକନିକା ଜାତୀୟ ଉଦ୍ୟାନକୁ ପର୍ଯ୍ୟଟକ ମାନଙ୍କ ପ୍ରବେଶ ନିଷିଦ୍ଧ କରାଯାଇଛି।

ବଉଳା କୁମ୍ଭୀର ଓ ବିଦେଶାଗତ ପକ୍ଷୀଙ୍କ ଗଣନା ଲାଗି ଏହି ଦିନମାନଙ୍କର ଜାତୀୟ ଉଦ୍ୟାନ ବନ୍ଦ ରହିବ। ଭିତରକନିକା ଜାତୀୟ ଉଦ୍ୟାନ ସମେତ, ସାତଭାୟାର ବିସ୍ତୀର୍ଣ୍ଣ ଜଳାଶୟ, ରାଇପାଟିଆ, ମଠଆଡ଼ିଆ,ଗୁପ୍ତିଘାଟ, ହଂସିଣା ଘାଟ ଆଦି ଅଞ୍ଚଳରେ ରାଜନଗର ବନବିଭାଗ ତରଫରୁ ପକ୍ଷୀଗଣନା କରାଯିବ।

ଏହି ଗଣନାରେ ୧୨ଟି ଟିମ୍ ନିୟୋଜିତ ହେବେ। ସେଥିମଧ୍ୟରୁ ୮ଟି ଟିମ୍‌ ବଉଳା କୁମ୍ଭୀର ଗଣନାରେ ନିୟୋଜିତ ହେବେ। ଅନ୍ୟପଟେ ଜାନୁଆରୀ ୫ରେ ପକ୍ଷୀ ଓ କୁମ୍ଭୀର ଗଣନାରେ ଅଂଶଗ୍ରହଣ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରଶିକ୍ଷଣ ଦିଆଯିବ ବୋଲି ବନବିଭାଗ ପକ୍ଷରୁ ଜଣାପଡିଛି।

Comment