ଓଡ଼ିଶାଲାଇଭ୍‌ ବ୍ୟୁରୋ

ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ଓ ଶ୍ରମ ବିଭାଗର ମିଳିତ ଉଦ୍ଦ୍ୟମରେ ଓଡ଼ିଶା ଦାଦନଙ୍କୁ ଉଦ୍ଧାର।

ଆନ୍ଧ୍ରରୁ ଫେରିଲେ ଓଡ଼ିଆ ଦାଦନ ଶ୍ରମିକ। କିଛିଦିନ ପୂର୍ବରୁ ମାଲିକ ବିରୋଧରେ ଏସିଡ୍ ଢାଳିବା ସହ ଆଙ୍ଗୁଳି କାଟିବା ଅଭିଯୋଗ ଆଣିଥିଲେ ଏହି ଶ୍ରମିକ। ବର୍ତ୍ତମାନ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ଓ ଶ୍ରମ ବିଭାଗର ମିଳିତ ଉଦ୍ଦ୍ୟମରେ ଏହି ଶ୍ରମିକମାନଙ୍କୁ ଉଦ୍ଧାର କରାଯାଇ ଓଡ଼ିଶା ଅଣାଯାଇଛି।

ସୁନ୍ଦରଗଡ଼ ଜିଲ୍ଲା ହେମଗିରି ଅଞ୍ଚଳର ୧୨ ଜଣ ଶ୍ରମିକ ଆନ୍ଧ୍ର ପ୍ରଦେଶ ବିଜୟନଗରମ୍‌ର ଏକ ଇଟାଭାଟିରେ କାମ କରୁଥିଲେ। ଦରମା ମାଗିଲେ ମାଲିକର ସାଙ୍ଘାତିକ ନିର୍ଯାତନା ସହିବାକୁ ପଡୁଥିଲା ସେମାନଙ୍କୁ। ଏପରିକି ଏସିଡ୍ ପିଙ୍ଗିବା, ନିଆଁ ଚେଙ୍କ ଦେବା, ଆଙ୍ଗୁଳି କାଟି ଦେବା ଭଳି ସଙ୍ଗୀନ ଅଭିଯୋଗ ଆଣିଥିଲେ। ମାଲିକର ଅକଥନୀୟ ନିର୍ଯାତନା ସହି ନପାରି ୫ଜଣ ଶ୍ରମିକ ଖସି ଆସି ଏ ବିଷୟରେ ସୂଚନା ଦେଇଥିଲେ।

ଏନେଇ ଖବର ସାମ୍ନାକୁ ଆସିବାପରେ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ଓ ଶ୍ରମ ବିଭାଗର ମିଳିତ ଉଦ୍ଦ୍ୟମରେ ଅନ୍ୟ ୭ଜଣ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି।

Comment