ଓଡ଼ିଶାଲାଇଭ୍ ବ୍ୟୁରୋ

ନିକଟରେ ରଣବୀର ସିଂଙ୍କୁ ବିବାହ କରିଛନ୍ତି ଦୀପିକା ପାଦୁକୋଣ। ଇଟାଲୀରେ ବିବାହ କରିବା ପରେ ଉଭୟ ମୁମ୍ବାଇରେ ଏକ ଗ୍ରାଣ୍ଡ ପାର୍ଟି ଦେଇଥିଲେ। ଯେଉଁଥିରେ ବଲିଉଡର ଅନେକ କଳାକାର ଯୋଗ ଦେଇଥିଲେ। ସମସ୍ତଙ୍କ ନଜରରେ ଥିଲେ ଦୀପିକା ଓ ରଣବୀର।

ପାର୍ଟିରେ ସମସ୍ତଙ୍କ କଳାକାର ପହଞ୍ଚିଥିଲେ ଆଉ ଦୀପବିରଙ୍କୁ ଶୁଭେଛା ବି ଦେଇଥିଲେ। ତେବେ ପାର୍ଟିରେ ଦେଖିବାକୁ ମିଳିନଥିଲା ରଣବୀର କପୁରଙ୍କୁ। କିଛି ବର୍ଷ ତଳେ ରଣବୀର କପୁର ଓ ଦୀପିକା ପାଦୁକୋଣଙ୍କ ସମ୍ପର୍କକୁ ନେଇ ଅନେକ ଚର୍ଚ୍ଚା ହୋଇଥିଲା। ମାତ୍ର ଏହି ସମ୍ପର୍କ ଅଧିକ ଦିନ ତିଷ୍ଠି ନଥିଲା। ଉଭୟ ଅଲଗା ହୋଇଯାଇଥିଲେ।

ଉଭୟଙ୍କ ସମ୍ପର୍କ ଭାଙ୍ଗିବା ପରେ ବି ସେମାନେ କେତୋଟି ଫିଲ୍ମରେ ନଜର ଆସିଥିଲେ। ଏନେଇ ରଣବୀର କପୁର କହିଥିଲେ ଯେ ଦୀପିକା ଏକାଠି କାମ କରିବା ଲାଗି ମୋତେ ଉତ୍ସାହିତ କରିଥିଲେ। ତା ପରଠୁ ଉଭୟ ଭଲ ସାଙ୍ଗ ହୋଇ ଅଛନ୍ତି। ତେବେ ପାର୍ଟିକୁ କାହିଁକି ରଣବୀର ଆସିଲେନି ପଚାରିବାରୁ ଦୀପିକା ଖୁବ ଅଳ୍ପରେ କହିଥିଲେ ଯେ “ରଣବୀର କପୁର ଆସିବେ ବୋଲି କଥା ଦେଇଥିଲେ ମାତ୍ର ବ୍ରହ୍ମାସ୍ତ୍ର ସୁଟିଂରେ ବ୍ୟସ୍ତ ଥିବାରୁ ଆସିପାରିଲେ ନାହିଁ। ”

Comment