ଓଡ଼ିଶାଲାଇଭ୍ ବ୍ୟୁରୋ

ଇଣ୍ଡିଗୋ ବିମାନରେ ଯାତ୍ରା କରୁଥିବା ଜଣେ ଯୁବକ ଅସୁସ୍ଥ ହୋଇପଡ଼ିବାରୁ ଭୁବନେଶ୍ୱରରେ ବିମାନଟି ଜରୁରୀ ଅବତରଣ କରିଥିଲା। କ୍ୟାପିଟାଲ ହସ୍ପିଟାଲରେ ଯାତ୍ରୀଙ୍କର ମୃତ୍ୟୁ ଘଟିଛି।

ଶନିବାର ଇଣ୍ଡିଗୋ-୮୨୨ ବିମାନରେ ଯାଉଥିବା ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି। ମୃତ ଯୁବକ ଜଣକ ପଶ୍ଚିମବଙ୍ଗ ମାଲଦା ଅଞ୍ଚଳର ରାଜକୁମାର ବୋଲି ଜଣାପଡ଼ିଛି।

ବିମାନରେ ଯାତ୍ରୀ ଜଣକ ଅସୁସ୍ଥ ହୋଇ ହୋଇପଡ଼ିଥିଲେ। ତେଣୁ ବିମାନଟିକୁ ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରେ ଜରୁରୀ ଅବତରଣ କରାଯାଇଥିଲା। ଚିକିତ୍ସା ପାଇଁ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହସ୍ପିଟାଲରେ ଚକିତ୍ସା ସମୟରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ବିମାନଟି କୋଲାକାତାରୁ ବେଙ୍ଗାଳୁରୁ ଯାଉଥିଲା।

କିଛିଦିନ ପୂର୍ବରୁ ଇଣ୍ଡିଗୋର ଆଉ ଏକ ବିମାନ ମଧ୍ୟ ଜରୁରୀ ଅବତରଣ କରିଥିଲା। ବିମାନରେ ଯାତ୍ରା କରୁଥିବା ଏକ ଶିଶୁ ଅସୁସ୍ଥ ହୋଇଯିବାରୁ ବିମାନଟିକୁ ଅବତରଣ କରାଯାଇଥିଲା।

Comment