ଓଡ଼ିଶାଲାଇଭ୍ ବ୍ୟୁରୋ

ଚେନ୍ନାଇରେ ଏକ ସଭାରେ ଆଗାମୀ ଲୋକସଭା ନିର୍ବାଚନ ଲଢ଼ିବେ ବୋଲି ଘୋଷଣା କଲେ ଅଭିନେତା କମଲ ହାସନ।

ମକ୍କଲ ନିଧି ମାଇମର ମୁଖ୍ୟ ତଥା ଅଭିନେତା କମଲ ହାସନ ୨୦୧୯ ଲୋକସଭା ନିର୍ବାଚନ ଲଢ଼ିବେ ବୋଲି ସ୍ପଷ୍ଟ କରିଛନ୍ତି। ଚେନ୍ନାଇରେ ଆୟୋଜିତ ଏକ ସଭାରେ ସେ ଏହି ସୂଚନା ଦେଇଛନ୍ତି। କମଲ ପ୍ରଥମ ଥର ପାଇଁ ନିର୍ବାଚନ ଲଢ଼ିବାକୁ ନେଇ ଏପରି ଘୋଷଣା କରିଛନ୍ତି।

ତେବେ ତାଙ୍କ ଦଳ ଅନ୍ୟ କୌଣସି ଦଳ ସହ ମେଣ୍ଟ କରିବ କି ନାହିଁ ଏ ବାବଦରେ କିଛି କହିନାହାଁନ୍ତି କମଲ।

କିଛି ଦିନ ପୂର୍ବରୁ ସେ ଅଭିନୟରୁ ବିଦାୟ ନେଇ ରାଜନୀତିରେ ସମ୍ପୂର୍ଣ୍ଣ ଭାବେ ସମୟ ଦେବାକୁ ଚାହୁଁଛନ୍ତି ବୋଲି ଘୋଷଣା କରିଥିଲେ। କେରଳର କୋଚିଠାରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ସେ ଏହି ସୂଚନା ଦେଇଥିଲେ।

ଖ୍ୟାତନାମା ଫିଲ୍ମ ନିର୍ଦ୍ଦେଶକ ଏସ୍ ଶଙ୍କରଙ୍କ ନିର୍ଦ୍ଦେଶନାରେ ନିର୍ମିତ ହେଉଥିବା ଫିଲ୍ମ ‘ଇଣ୍ଡିଆନ- ୨’ରେ ଶେଷଥର ପାଇଁ ଅଭିନୟ କରିବେ କହିଥିଲେ।

Comment