ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

୨୦୧୮ରେ ବହୁ ଚର୍ଚ୍ଚିତ ଚେହେରା ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଯେଉଁମାନେ ଅତି କମ୍‌ ସମୟ ମଧ୍ୟରେ ଇଣ୍ଟରନେଟ୍‌ରେ ଚର୍ଚ୍ଚିତ ହୋଇଛନ୍ତି। ଇଣ୍ଟରନେଟ୍‌ ଦୁନିଆର ଭିଡ଼ ଭିତରେ ଥିବା କିଛି ବ୍ୟକ୍ତିଙ୍କ ମଧ୍ୟରୁ ୨୦୧୮ର ସବୁଠୁ ଅଧିକ ଚର୍ଚ୍ଚିତ ଚେହେରା।

ପ୍ରିୟା ପ୍ରକାଶ

ନବାଗତ ମାଲୟାଲୀ ଅଭିନେତ୍ରୀ ପ୍ରିୟା ପ୍ରକାଶ ୱରିୟର। ଏକ ଗୀତରେ ‘ଆଖି ମରା’ ଦୃଶ୍ୟକୁ ନେଇ ହଠାତ୍‌ ଫେମସ ହୋଇଯାଇଥିଲେ। ୟୁଟ୍ୟୁବ୍‌ରେ ପ୍ରିୟାଙ୍କ ଆଖି ମରା ଭିଡିଓକୁ ମାତ୍ର ଦୁଇ ଦିନ ମଧ୍ୟରେ ଦେଢ଼ କୋଟି ଦେଖିଥିଲେ। ଇନ୍‌ଷ୍ଟାଗ୍ରାମ୍‌ରେ ମଧ୍ୟ ପ୍ରଶଂସକଙ୍କ ସଂଖ୍ୟା କୋଡ଼ିଏ ଲକ୍ଷ ଛୁଇଁଥିଲା। ‘ଫେସବୁକ୍’ ଅନୁଗାମୀଙ୍କ ସଂଖ୍ୟା ଥିଲା ଅଢ଼େଇ ଲକ୍ଷ। ଏପରିକି ଅଭିନେତ୍ରୀ ସୋନି ଲିଓନ୍‌ଙ୍କୁ ପଛରେ ପକାଇ ଗୁଗୁଲ୍‌ରେ ପ୍ରିୟାଙ୍କୁ ସବୁଠାରୁ ଅଧିକ ଖୋଜିଥିଲେ। ସବୁ ଶ୍ରେଣୀର ଗଣମାଧ୍ୟମରେ ପ୍ରିୟାଙ୍କ ଆଖି-ମରା ଫଟୋ ଦେଖିବାକୁ ମିଳିଥିଲା। ଉଣେଇଶ ବର୍ଷ ବୟସ୍କା ପ୍ରିୟାଙ୍କ ‘ଆଖି-ମରା’ ଗୀତଟି ଥିବା ଫିଲ୍ମର ନାମ ‘ଓରୁ ଅଡାର ଲଭ୍’।

ଚାଏୱାଲୀ ଭାବୀ

ଜଣେ ଗୃହିଣୀରୁ ହଠାତ୍‌ ଇଣ୍ଟରନେଟ୍‌ ଷ୍ଟାର୍‌ ପାଲଟିଯାଇଥିଲେ ସୋମବତୀ ମହାବର। ସୋମବତୀ ଚାହା ବନାଉଥିବାର ଚାରି ଶହରୁ ଅଧିକ ଦୃଶ୍ୟ ‘ଭିଗୋ ଭିଡିଓ’ରେ ପ୍ରସାରିତ ହୋଇଥିଲା।

ଡାନ୍‌ସିଙ୍ଗ ଅଙ୍କଲ୍

ସୋସିଆଲ୍‌ ମିଡିଆରେ ଚର୍ଚ୍ଚାରେ ଥିବା ଆଉ ଜଣେ ବ୍ୟକ୍ତି ହେଲେ ସଞ୍ଜୀବ ଶ୍ରୀବାସ୍ତବ। ପ୍ରଶଂସକଙ୍କ ମହଲରେ ସେ ‘ଡାନ୍‌ସିଙ୍ଗ୍‌ ଅଙ୍କଲ’ ଭାବେ ଲୋକପ୍ରିୟ। ନିଜ ଶଳାର ବିବାହ ଉତ୍ସବରେ ବଲିଉଡ୍‌ ଅଭିନେତା ଗୋବିନ୍ଦାଙ୍କ ଗୀତର ତାଳେ ତାଳେ ଆଖି ମିଟିକା ମାରି ସେ ନୃତ୍ୟ କରିଥିଲେ। ପରେ ତାହା ଫେସ୍‌ବୁକ୍‌ରେ ପ୍ରସାରିତ ହେବା ସହିତ ଭାଇରାଲ୍‌ ହୋଇଥିଲା ଏବଂ ରାତାରାତି ସେ ସେଲିବ୍ରିଟି ବନିଯାଇଥିଲେ।

ପ୍ରସାରଣର କିଛି ସମୟ ମଧ୍ୟରେ ଫେସ୍‌ବୁକ୍, ଟୁଇଟର୍‌, ହ୍ୱାଟସ ଆପ୍‌ରେ ତାହା ଭାଇରାଲ୍‌ ହୋଇଥିଲା ଏବଂ ଲକ୍ଷାଧିକ ଲୋକ ଦେଖିବା ପରେ, ତାହାକୁ ସେୟାର କରିଥିଲେ। ସୋସିଆଲ୍‌ ମିଡିଆରେ ସେ ‘ଚାଏଓ୍ବାଲୀ ଭାବୀ’ ଭାବେ ପରିଚିତ। ‘ହେଲୋ ଫ୍ରେଣ୍ଡ୍‌ସ, ଚାଇ ପିଲୋ’ କହି ଆମନ୍ତ୍ରଣ କରିବା, ଅନେକଙ୍କୁ ବେଶ ଆକୃଷ୍ଟ କରିଥିଲା।

ଦିବ୍ୟାଙ୍ଗ ଜାଭେଦ୍‌

ଦିବ୍ୟାଙ୍ଗ ମାରାଥନ୍‌ ଦୌଡ଼ାଳି ଜାଭେଦ୍‌ ଚୌଧୁରୀ ଗଲା ଅକ୍ଟୋବରରେ ପୁଣେ ମାରାଥନ୍‌ରେ ଏକୋଇଶ କିଲୋମିଟର ଦୀର୍ଘ ପଥକୁ ସଫଳତାର ସହିତ ଅତିକ୍ରମ କରିଥିଲେ। ଖୁସିର ମୁହୂର୍ତ୍ତକୁ ନିଜ ଭିତରେ ଅଟକାଇ ନପାରି ବିଜୟୀ ଟ୍ରଫି ଧରି ସେ ନୃତ୍ୟ କରିଥିଲେ। ତାଙ୍କ ନୃତ୍ୟ ବେଳର ଭିଡିଓ ବିଭିନ୍ନ ସୋସିଆଲ୍‌ ମିଡିଆରେ ପ୍ରସାରିତ ହେବା ପରେ ଭାଇରାଲ୍‌ ହୋଇଥିଲା ଏବଂ ସେ ରାତାରାତି ଜଣେ ଇଣ୍ଟରନେଟ୍‌ ସେନ୍‌ସେସନ୍‌ ପାଲଟିଯାଇଥିଲେ।

Comment