ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ


ରିଆଲିଟି ଶୋ ନୂଆ ପ୍ରତିଭାଙ୍କ ପାଇଁ ଏକ ଉଚ୍ଚକୋଟୀର ପ୍ଲାଟଫର୍ମ ସାଜିଛି। ଯେଉଁଥିରେ ଅଂଶଗ୍ରହଣ କରି ଅନେକ କଳାକାର ବିଶ୍ୱସ୍ତରରେ ପରିଚୟ ତିଆରି କରିଛନ୍ତି।

ବର୍ତ୍ତମାନ ସମୟରେ ରିଆଲିଟି ସୋ ଏମିତି ଏକ ପ୍ଲାଟଫର୍ମ ସାଜିଛି ଯେଉଁଥିରେ ଅନେକ ନୂଆ କଳାକାର ତାଙ୍କ ପ୍ରତିଭାକୁ ଟିଭି ଜରିଆରେ ବିଶ୍ୱସ୍ତରରେ ଦେଖାଇ ପାରୁଛନ୍ତି। ଏହି ରିଆଲିଟି ଶୋ ବିଶେଷ କରି ସଙ୍ଗୀତ ନୃତ୍ୟ ପ୍ରତିଭାକୁ ବିକଶିତ କରିବାରେ ସହାୟକ ହୋଇପାରିଛି। ରିଆଲିଟି ଶୋରୁ ଅନେକ ବଲିଉଡ ସିଙ୍ଗର ସାରା ଦୁନିଆଁରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି।

ସଙ୍ଗୀତ ଜରିଆରେ ସେମାନେ ଶ୍ରୋତା ମାନଙ୍କ ନିକଟରେ ବେଶ୍ ପ୍ରିୟ ହୋଇପାରିଛନ୍ତି। ସେହି ପ୍ରିୟ ସିଙ୍ଗରମାନଙ୍କ  ଭିତରେ ରହିଛନ୍ତି ଶ୍ରେୟା ଘୋଷାଲ, ମୋନାଲି ଠାକୁର, ନେହା କକ୍କଡ, ସୁନିଧି ଚୌହାନ, ଅରିଜିତ ସଂହ।

ଶ୍ରେୟା ଘୋଷାଲ

ସଙ୍ଗୀତ ଦୁନିଆଁରେ ବେଶ୍ ଲୋକପ୍ରିୟ ହୋଇଥିବା ସିଙ୍ଗର ଶ୍ରେୟା ଘୋଷାଲ ମଧ୍ୟ ରିଆଲିଟି ଶୋରୁ ହିଁ ନିଜର କ୍ୟାରିୟର ଆରମ୍ଭ କରିଥଲେ। ସେ ଜି ଟିଭିରେ ପ୍ରସାରିତ ସାରେଗାମାପା ରିଆଲିଟି ଶୋରେ ଅଂଶ ଗ୍ରହଣ କରିଥିଲେ। ୨୦୦୦ ମସିହାରେ ସେ ସାରେଗାମାପା ଶୋର ବିଜେତା ହୋଇଥିଲେ।

ମୋନାଲି ଠାକୁର

ମୋନାଲି ଠାକୁର ବଲିଉଡରେ ଅନେକ ହିଟ ସଙ୍ଗ ଦେଇଛନ୍ତି। ସେ ନିଜ ସୁନ୍ଦର ସ୍ୱର ପାଇଁ ଜଣେ ପ୍ରସିଦ୍ଧ ବଲିଉଡ ସିଙ୍ଗର ଭାବେ ପରିଚୟ ତିଆରି କରିଛନ୍ତି। ସେ ସୋନୀ ଚ୍ୟାନେଲରେ ପ୍ରସାରିତ ଇଣ୍ଡିଆନ ଆଇଡଲ ରିଆଲିଟି ଶୋରେ ଅଂଶଗ୍ରହଣ କରିଥିଲେ।

ନେହା କକ୍କଡ

ବର୍ତ୍ତମାନ ଯୁବପିଢ଼ିଙ୍କର ପ୍ରିୟ ସିଙ୍ଗର ସାଜିଥିବା ନେହା କକ୍କଡ ବି ରିଆଲିଟି ଶୋରୁ ହିଁ କ୍ୟାରିୟର ଆରମ୍ଭ କରିଥଲେ। ସେ ଇଣ୍ଡଆନ ଆଇଡଲ ସିଜିନ ୨ରେ ଅଂଶଗ୍ରହଣ କରିଥିଲେ। ସେହି ଶୋରେ ସେ ବିଜୟୀ ହୋଇନଥିଲେ ବି ପରବର୍ତ୍ତୀ ସମୟରେ ସେ ବଲିଉଡରେ ସମସ୍ତଙ୍କ ହୃଦୟ ଜିତିଥିଲେ।

ସୁନିଧି ଚୌହାନ

ବଲିଉଡର ଜଣଶୁଣା ସିଙ୍ଗର ସୁନିଧି ଚୌହାନ ବି ରିଆଲିଟି ଶୋ ଜରିଆରେ ବଲିଉଡକୁ ପ୍ରବେଶ କରିଥିଲେ। ସେ ୧୯୯୬ ରେ ‘ମେରି ଆୱାଜ ସୁନୋ’ ରିଆଲିଟି ଶୋରେ ଆସିଥିଲେ।

ଅରିଜିତ ସିଂହ

ଲୋକପ୍ରିୟ ସିଙ୍ଗର ଅରିଜିତ ସିଂହ ବି ରିଆଲିଟି ଶୋରେ ପ୍ରଥମେ ପ୍ରତିଯୋଗୀତା କରିଥିଲେ। ସେ ‘ଫେମ ଗୁରୁକୁଳ’ ୨୦୦୫ରେ ପ୍ରତିଯୋଗୀତା କରିଥଲେ।

Comment