ଓଡ଼ିଶାଲାଇଭ୍ ବ୍ୟୁରୋ

କିଛିଦିନ ତଳେ ବିମାନରେ ଇଣ୍ଟରନେଟ ସେବା ଉପଲବ୍ଧ ନେଇ ଥିବା ପ୍ରସ୍ତାବକୁ ସରକାର ଅନୁମତି ଦେଇଥିଲେ। ତେବେ କେବେ ଏହା କାର୍ଯ୍ୟକାରୀ ହେବ ତାହାକୁ ଲୋକେ ଅପେକ୍ଷା କରିଛନ୍ତି। ଏହି ସେବା ଆରମ୍ଭ ହେବା ପୂର୍ବରୁ ଏକ କମ୍ପାନୀର ଜଣେ ଅଧିକାରୀ କହିଛନ୍ତି ଯେ ବିମାନରେ ଇଣ୍ଟରନେଟ ବ୍ୟବାହର ଅଧିକ ମହଙ୍ଗା ହେବ।

ଅର୍ଥାତ ସମସ୍ତ ବର୍ଗର ଲୋକେ ଏହି ସେବାକୁ ବ୍ୟବହାର କରିବାରେ ନାହିଁ। ଅଧିକାରୀଙ୍କ କହିବା ଅନୁସାରେ ବିମାନରେ ଯଦି କୌଣସି ଯାତ୍ରୀ ୨ଘଣ୍ଟା ପର୍ଯ୍ୟନ୍ତ ଇଣ୍ଟରନେଟ ବ୍ୟବହାର କରୁଛନ୍ତି ତେବେ ତାଙ୍କୁ ୧୦୦୦ଟଙ୍କା ପର୍ଯ୍ୟନ୍ତ ଚାର୍ଜ ଦେବାକୁ ପଡିବ।

ଏକ ବ୍ରଡବ୍ୟାଙ୍କ କମ୍ପାନୀର ଅଧିକାରୀଙ୍କ କହିବା ମୁତାବକ ଭାରତରେ ସାଟେଲାଇଟ ଖର୍ଚ୍ଚ ବିଶ୍ୱର ଅନ୍ୟ ଦେଶଗୁଡ଼ିକ ତୁଳନାରେ ୭-୮ଗୁଣ ଅଧିକ। କେବଳ ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନରୁ ହିଁ ଏହି ବ୍ୟାଣ୍ଡୱିଡଥ୍‌ ହାସଲ କରାଯାଇପାରିବ ବୋଲି ସର୍ତ୍ତ ରହିଛି। ଯଦି ବ୍ୟାଣ୍ଡୱିଡଥ୍‌ ଦର ବହୁତ ଅଧିକ ରହିବ ତେବେ ବିମାନ ଯାତ୍ରୀମାନଙ୍କୁ ଆକାଶରେ ଇଣ୍ଟରନେଟ୍ ସେବା ହାସଲ କରିବା ପାଇଁ ଭୂପୃଷ୍ଠ ଦର ତୁଳନାରେ ଅଧିକ ପେମେଣ୍ଟ କରିବାକୁ ପଡିବ।

ସରକାର ବିମାନରେ ଇଣ୍ଟରନେଟ୍ ସେବା ବ୍ୟବାହରକୁ ଅନୁମତି ଦେଇଥିବା ବେଳେ କେବେ ଏହି ସେବା ଆରମ୍ଭ ହେବ ଆଉ ଲୋକମାନଙ୍କୁ କେତେ ଚାର୍ଜ ଦେବାକୁ ପଡ଼ିବ ତାହା ପରବର୍ତ୍ତୀ ସମୟରେ ସ୍ପଷ୍ଟ ହେବ।

Comment