ଓଡ଼ିଶାଲାଇଭ୍ ବ୍ୟୁରୋ

ଏହି ସ୍କୁଲ କେବଳ ଦେଶରେ ନୁହଁ ବରଂ ବିଦେଶରେ ବି ପ୍ରତିଷ୍ଠିତ ସ୍କୁଲ ଭାବେ ଗଣାଯାଇଥାଏ। ମାତ୍ର ପ୍ରଥମ ଥର ଲାଗି ଏହା ଏମିତି ଏକ ସ୍କୁଲ ହୋଇପାରିଛି, ଯେଉଁଠି ପାଠ ପଢ଼ିଥିବା ୩ଜଣ ଛାତ୍ର ଏବେ ୩ଟି ରାଜ୍ୟର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ତୁଲାଉଛନ୍ତି।

କଂଗ୍ରେସର ବରିଷ୍ଠ ନେତା କମଲନାଥ ଏବେ ମଧ୍ୟପ୍ରଦେଶର ୧୮ତମ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଉଛନ୍ତି।  ଏହା ସହିତ ସେ ଡୁନ୍‌ ସ୍କୁଲର ତୃତୀୟ ଛାତ୍ର ଯେ ମୁଖ୍ୟମନ୍ତ୍ରୀ ହୋଇପାରିଛନ୍ତି। କାରଣ ଏହା ଆଗରୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପଞ୍ଜାବର ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂ ମଧ୍ୟ ସେହି ସ୍କୁଲରେ ପାଠ ପଢ଼ିଛନ୍ତି।ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ

ଉତ୍ତରାଖଣ୍ଡର ଡେହରାଡୁନ୍‌ସ୍ଥିତ ଡୁନ୍‌ ସ୍କୁଲ କେବଳ ଦେଶରେ ନୁହଁ ବରଂ ବିଦେଶରେ ବି ପ୍ରତିଷ୍ଠିତ ସ୍କୁଲ ଭାବେ ଗଣାଯାଇଥାଏ। ଏହା ପ୍ରଥମ ସ୍କୁଲ ଯେଉଁଠି ପାଠ ପଢ଼ିଥିବା ୩ଜଣ ଛାତ୍ର ଏବେ ୩ଟି ରାଜ୍ୟର ମୁଖ୍ୟମନ୍ତ୍ରୀ ଦାୟିତ୍ୱରେ ଅଛନ୍ତି। ୧୯୬୪ ବ୍ୟାଚ୍‌ର ଛାତ୍ର କମଲନାଥ ଏବେ ମଧ୍ୟପ୍ରଦେଶର ମୁଖିଆ ଆଉ ଏହି ରେସରେ ଜ୍ୟୋତିରାଦିତ୍ୟ ସିନ୍ଧିଆ ସବୁଠୁ ଆଗରେ ଥିଲେ ସେ ମଧ୍ୟ ସେହି ସ୍କୁଲର ଛାତ୍ର ରହିଥିଲେ।

ସେପଟେ କମଲନାଥଙ୍କ ନାଁରେ ମୋହର ଲଗାଇଥିବା କଂଗ୍ରେସ ସଭାପତି ରାହୁଲ ଗାନ୍ଧି ଡୁନ୍‌ ସ୍କୁଲରେ କିଛିଦିନ ପାଇଁ ଛାତ୍ର ଥିଲେ। କାରଣ ଇନ୍ଦିରା ଗାନ୍ଧିଙ୍କ ମୃତ୍ୟୁ ପରେ ରାହୁଲଙ୍କ ସ୍କୁଲ ବଦଳିଯାଇଥିଲା।

ଓଡ଼ିଶାର ମୁଖ୍ୟମନ୍ତ୍ରୀ

ବିଜୁ ଜନତା ଦଳର ନେତା ନବୀନ ପଟ୍ଟନାୟକ ବି ଏହି ସ୍କୁଲରେ ପାଠ ପଢିଛନ୍ତି। ନବୀନ କମଲନାଥଙ୍କଠୁ ଗୋଟେ ବ୍ୟାଚ୍‌ରେ ସିନିୟର ଥିଲେ। ଡୁନ୍ ସ୍କୁଲରେ ନବୀନ ପଟ୍ଟନାୟକ ୧୯୬୩ ବ୍ୟାଚ୍‌ର ଷ୍ଟୁଡେଣ୍ଟ ଥିଲେ। ଦୀର୍ଘ୧୮ ବର୍ଷ ହେବ ନବୀନ ପଟ୍ଟନାୟକ ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଉଛନ୍ତି। ନବୀନ ପଟ୍ଟନାୟକଙ୍କ ବାପା ବିଜୁ ପଟ୍ଟନାୟକ ଓଡ଼ିଶାର ୨ଥର ମୁଖ୍ୟମନ୍ତ୍ରୀ ରହିସାରିଛନ୍ତି।

କ୍ୟାପଟେନ୍ ଅମରିନ୍ଦର ସିଂ

ମହାରାଜା ୟାଦ୍‌ବିନ୍ଦର ସିଂଙ୍କ ପୁଅ କ୍ୟାପଟେନ୍ ଅମରିନ୍ଦର ସିଂ ଏବେ ପଞ୍ଜାବର ମୁଖ୍ୟମନ୍ତ୍ରୀ ଅଛନ୍ତି। ସେ ମଧ୍ୟ ଡୁନ୍‌ ସ୍କୁଲରେ ନିଜର ସ୍କୁଲିଂ କରିଛନ୍ତି। ଅମରିନ୍ଦର ଡୁନ୍‌ ସ୍କୁଲରେ ଟାଟା ହାଉସ୍‌ ହଷ୍ଟେଲରେ ରହୁଥିଲେ।

କେବଳ ମୁଖ୍ୟମନ୍ତ୍ରୀ ନୁହଁ ଏହି ସ୍କୁଲରେ ପାଠ ପଢ଼ି ଅନେକ ବରିଷ୍ଠ ସାମ୍ବାଦିକ, ପ୍ରଶାସନିକ ଅଧିକାରୀ, ଲେଖକ ହୋଇପାରିଛନ୍ତି। ଆଉ ଏବେ ଏହି ସ୍କୁଲ ଚର୍ଚ୍ଚାରେ ଅଛି।

Comment