ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

୨୦୧୮ରେ ଏମିତି କିଛି ସେଲିବ୍ରିଟି ରହିଛନ୍ତି ଯେଉଁମାନେ ସିକ୍ରେଟ ମ୍ୟାରେଜ କରି ଚର୍ଚ୍ଚାଠୁ ଦୂରେଇ ରହିଛନ୍ତି।

୨୦୧୮ରେ ବଲିଉଡ,ଟିଭି ସିରିଏଲର ବହୁ ଜଣାଶୁଣା କଳାକାର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଯେଉଁମାନଙ୍କ ବିବାହ ଚର୍ଚ୍ଚାରେ ରହିଛି। ଅନ୍ୟ କେତେକ ଯୋଡ଼ି ବି ରହିଛନ୍ତି ଯେଉଁମାନଙ୍କ ବିବାହ ଗୋପନୀୟ ରହିଛି। ଏଥିସହ ସେମାନଙ୍କ ବିବାହ ଚର୍ଚ୍ଚାଠୁ ଦୂରେଇ ରହିଛି।

ସେମିତି କିଛି ବଲିଉଡ ଓ ଟିଭି ଷ୍ଟାର ହେଲେ ନେହା ଧୂପିଆ-ଅଙ୍ଗଦ ବେଦୀ, ହିମେଶ ରେଶମିଆଁ- ସୋନିଆ କପୁର, ଶକ୍ତି ଅରୋଡା- ନେହା ସକ୍‌ସେନା।

 ନେହା ଧୂପିଆ-ଅଙ୍ଗଦ ବେଦୀ

ବଲିଉଡ ଅଭିନେତ୍ରୀ ନେହା ଧୂପିଆ ଓ ଅଙ୍ଗଦ ବେଦୀ ଅଚାନକ ବିବାହ କରିଥିଲେ। ସୋସିଆଲ ମିଡିଆରେ ଉଭୟଙ୍କ ଫଟୋ ଆସିବା ପରେ ପ୍ୟାନ୍ସମାନେ ତାଙ୍କ ବିବାହର ଖବର ପାଇଥିଲେ। ଉଭୟ ମେ ୧୦ ତାରିଖରେ ବିବାହ କରିଥିଲେ।

ହିମେଶ ରେଶମିଆଁ-ସୋନିଆ କପୁର

ବଲିଉଡର ଖ୍ୟାତନାମା ସିଙ୍ଗର ତଥା ମ୍ୟୁଜିକ କମ୍ପୋଜର ହିମେଶ ରେଶମିଆଁ ଅଭିନେତ୍ରୀ ସୋନିଆ କପୁରଙ୍କୁ ବିବାହ କରିଥିଲେ। ଉଭୟ ମେ ୧୧ରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ।

ଶକ୍ତି ଅରୋଡା-ନେହା ଧୂପିଆ

ଟିଭି ସିରିଏଲର ଲୋକପ୍ରିୟ ଅଭିନେତା ଶକ୍ତି ଅରୋଡା ଗାର୍ଲଫ୍ରେଣ୍ଡ ନେହା ସକସେନାଙ୍କୁ ବିବାହ କରିଛନ୍ତି। ଉଭୟ ଚଳିତ ବର୍ଷ ଏପ୍ରିଲ ୬ରେ ବିବାହ କରିଥିଲେ।

Comment