ଓଡ଼ିଶାଲାଇଭ୍‌ ପଲିଟିକାଲ୍‌ ବ୍ୟୁରୋ

“ବିଜେପି-ବିଜେଡି କୋଳାକୋଳି। ଉଭୟ ଚାଷୀ ବିରୋଧୀ। ମିଛ ପ୍ରତିଶ୍ରୁତି ଦେବା ମୋଦିଙ୍କ ପୂର୍ବ ଅଭ୍ୟାସ”, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି।

ମଙ୍ଗଳବାର ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସମାଲୋଚନା କରିଛନ୍ତି। ମୋଦି ଜୟ ଜଗନ୍ନାଥ କହି ଓଡ଼ିଶା ଲୋକଙ୍କୁ ଭୂତେଇବାକୁ ଚେଷ୍ଟା କରିଛନ୍ତି। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଓଡ଼ିଶାବାସୀଙ୍କୁ ପ୍ରତାରିତ କରିଛନ୍ତି। ଓଡ଼ିଶାର ଜନସାଧାରଣଙ୍କୁ ସେମାନେ ବୋକା ଭାବୁଛନ୍ତି ବୋଲି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି।

ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଗସ୍ତରେ ଆସି ପାଖାପାଖି ୧୪ହଜାର ୫୨୩କୋଟି ଟଙ୍କାର ପ୍ରକଳ୍ପକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପଣ କରିଛନ୍ତି। ୧୨ଗୋଟି ପ୍ରକଳ୍ପର ଶିଳାନ୍ୟାସ ମଧ୍ୟ କରିଛନ୍ତି ମୋଦି।

ଅନ୍ୟପଟେ ଏହା ବିଜେପି-ବିଜେଡି କୋଳାକୋଳିର ପ୍ରମାଣ ଦେଉଛି ବୋଲି ନିରଞ୍ଜନ ପଟ୍ଟନାୟକ କହିଛନ୍ତି। ଉଭୟ ଚାଷୀ ବିରୋଧୀ, ମୋଦିଙ୍କ ମିଛ ପ୍ରତିଶ୍ରୁତି ଦେବାର ପୂର୍ବ ଅଭ୍ୟାସ ରହିଛି ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସମାଲୋଚନା କରି କହିଛନ୍ତି।

Comment