ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ୍‌ ବ୍ୟୁରୋ

ରିଲିଜ୍‌ ହେଲା ଶିବସେନା ପ୍ରମୁଖ ବାଲ୍‌ ଠାକ୍‌ରେଙ୍କ ଆତ୍ମଜୀବନି ଫିଲ୍ମ ‘ଠାକ୍‌ରେ’ର ଟ୍ରେଲର।

ରିଲିଜ୍‌ ହେଲା ଶିବସେନା ପ୍ରମୁଖ ବାଲ୍‌ ଠାକ୍‌ରେଙ୍କ ଆତ୍ମଜୀବନି ଫିଲ୍ମ ‘ଠାକ୍‌ରେ’ର ଟ୍ରେଲର। ଫିଲ୍ମରେ ବାଲ୍‌ ଠାକ୍‌ରେଙ୍କ ଭୁମିକାରେ ଦର୍ଶକ ନୱାଜୁଦିନ ସିଦିକ୍‌ଙ୍କୁ ଦେଖିବାକୁ ପାଇବେ। ଟ୍ରେଲର ରିଲିଜ୍‌ ଅବସରରେ ଫିଲ୍ମ ତଥା ରାଜନୀତି ଜଗତର ବହୁ ଲୋକ ଉପସ୍ଥିତ ଥିଲେ। ଠାକ୍‌ରେଙ୍କ ପରିବାର, ଶିବସେନା ପାର୍ଟିର କର୍ମକର୍ତ୍ତା ଏହି ଉଭେଣ୍ଟ୍‌ରେ ସାମିଲ ହୋଇଥିଲେ।

ଶିବସେନା ପାର୍ଟିର ସାଂସଦ ସଂଜୟ ରାଉତ ‘ଠାକ୍‌ରେ’ ଫିଲ୍ମର ସ୍କ୍ରିପ୍ଟ ଲେଖିବା ସହିତ ନିଜେ ଏହି ଫିଲ୍ମର ପ୍ରଜୋଜନାର ଦାୟିତ୍ତ୍ୱ ଗ୍ରହଣ କରିଛନ୍ତି। ନିର୍ଦ୍ଦେଶକ ଅଭିଜିତ ପାନ୍‌ସେ ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି।

ସଂଜୟ ରାଉତ ବହୁ ସମୟରୁ ଶିବସେନା ସଂସ୍ଥାପକ ବାଲ୍‌ ଠାକ୍‌ରେଙ୍କ ଜୀବନିକୁ ନେଇ ଫିଲ୍ମ ପ୍ରସ୍ତୁତ କରିବାକୁ ଚାହୁଁଥିଲେ। ବାଲ୍‌ ଠାକ୍‌ରେଙ୍କ ପୁଅ ଓ ଶିବସେନା ମୁଖ୍ୟ ଉଦ୍ଧବ ଠାକ୍‌ରେଙ୍କ ଅନୁମତି ପରେ ସେ ଏହି ଫିଲ୍ମ ନିର୍ମାଣ କରିଥିଲେ ସେ।

ବୁଧବାର ଫିଲ୍ମର ଟ୍ରେଲର ରିଲିଜ୍‌ ହୋଇଥିବାବେଳେ ଆସନ୍ତା ଜାନୁଆରୀ ୨୫ରେ ଫିଲ୍ମଟି ବଡ଼ ପରଦାରେ ରିଲିଜ୍‌ ହେବ। ଫିଲ୍ମରେ ୧୯୯୫ ମସିହା ପର୍ଯ୍ୟନ୍ତ ବାଲ୍‌ ଠାକ୍‌ରେଙ୍କ ଜୀବନର ସମସ୍ତ କାହାଣୀକୁ ଉପସ୍ଥାପନା କରାଯାଇଛି ବୋଲି ଫିଲ୍ମର ହିରୋ ନୱାଜୁଦିନ ସିଦିକ୍‌ କହିଛନ୍ତି।

Comment